www.samajalive.in
Saturday, December 6, 2025
26.1 C
Bhubaneswar

ସିଫା ନେତୃତ୍ୱରେ ଆରମ୍ଭ ହେଲା ଆକ୍ବା ଲାଇଭଲିହୁଡ୍ ପ୍ରକଳ୍ପ

ପିପିଲି : ଦକ୍ଷିଣ ଏସିଆରେ କ୍ଷୁଦ୍ର ମତ୍ସ୍ୟଚାଷୀଙ୍କର ଜୀବିକା ବୃଦ୍ଧି ଓ ଗ୍ରାମୀଣ ଅଞ୍ଚଳରେ ପୋଷଣ ସୁରକ୍ଷା ବୃଦ୍ଧି ପାଇଁ ଏକ ସଂଗଠିତ ଆନ୍ତର୍ଜାତୀୟ ପ୍ରୟାସ ହୋଇଛି । ଆକ୍ୱା ଲାଇଭ୍‌ଲିହୁଡ ନାମକ ଏହି ପ୍ରକଳ୍ପଟି ଭାରତ, ବାଂଲାଦେଶ, ନେପାଳ, ଭୁଟାନ ଓ ଶ୍ରୀଲଙ୍କାରେ କାର୍ଯ୍ୟକ୍ଷମ ହେବ । ଏହାର ସଂଯୋଜକ ଭାବରେ ଓଡିଆ ବୈଜ୍ଞାନିକ ତଥା ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ପ୍ରଧାନ ବୈଜ୍ଞାନିକ ଡ. ଶିବଶଙ୍କର ଗିରି ନିଯୁକ୍ତ ହୋଇଛନ୍ତି । ଏହି ପ୍ରକଳ୍ପକୁ କଲମ୍ବୋ ସ୍ଥିତ ସିନାମନ୍‌ ଲେକ୍‌ସାଇଡ ହୋଟେଲରେ ଶ୍ରୀଲଙ୍କାର ମତ୍ସ୍ୟ ପାଳନ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହାର ପ୍ରାରମ୍ଭିକ କର୍ମଶାଳାରେ ସାର୍କ ଦେଶ ଗୁଡ଼ିକର ପ୍ରବୀଣ ପ୍ରତିନିଧିମାନେ ଯୋଗଦାନ କରି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନୀତି ନିର୍ଦ୍ଧାରଣ କରିଥିଲେ । ଏହା ଦ୍ୱାରା ଦକ୍ଷିଣ ଏସିଆରେ ସୁସ୍ଥ ଓ ସଂରକ୍ଷିତ ମତ୍ସ୍ୟଚାଷର ପ୍ରଚାର, ଜଳବାୟୁ ପରିବର୍ତ୍ତନରେ ସହଯୋଗୀ ଖାଦ୍ୟ ପ୍ରଣାଳୀର ବିକାଶ ଓ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବ । ଏହି ପ୍ରୟାସ କେବଳ ଦକ୍ଷିଣ ଏସିଆରେ ମତ୍ସ୍ୟଚାଷର ବୈଜ୍ଞାନିକ ଅଗ୍ରଗତିକୁ ଆଗକୁ ଆଣୁନାହିଁ ବରଂ ଓଡିଶାରୁ ଆରମ୍ଭ ହେଉଥିବା ଏକ ଅନ୍ତର୍ଜାତୀୟ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ଅଟେ ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories