ରଣପୁରଗଡ : ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟ ଓ ରାଜ୍ୟ ରାଜଧାନୀକୁ ସରକାରୀ ବସ ସୁବିଧା ନଥିବା ବ୍ଳକ ହେଉଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ । ରାଜ୍ୟ ସଡକ ପରିବହନ ବିଭାଗ ତରଫରୁ ଲକ୍ଷ୍ମୀ ବସ ଯୋଜନାରେ ଜିଲ୍ଲା ମୁଖ୍ୟାଳୟକୁ ଗୋଟିଏ ଶୀତତାପ ନିୟନ୍ତ୍ରିତ ବସ ଓ ରାଜ୍ୟ ରାଜଧାନୀକୁ ଦୁଇଟି ବସ ବ୍ୟବସ୍ଥା ହୋଇ ରଣପୁରକୁ ଆସିଥିଲା। ମାତ୍ର କଣ୍ଡକ୍ଟର ନଥିବାରୁ ବସ୍ ଫେରିଯିବା ନେଇ ଅଭିଯୋଗ ହୋଇଥିଲା।
ରଣପୁର ହେଉଛି ଏକ ପର୍ଯ୍ୟଟନସ୍ଥଳୀ। ରଣପୁର ଜଗନ୍ନାଥ ମନ୍ଦିର, ନୀଳକନ୍ଦରରୁ ଜଗନ୍ନାଥ ଦାରୁ ହେ।ଇ ଯିବା ପରେ ତାଙ୍କ ଚକାଶୀଳା ପୂଜା ପାଉଥିବା ଉପର ମଣିନାଗ ପୀଠ ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉଟି ଠାରୁ କିଛି କମ୍ ନୁହେଁ। ତଳ ମଣିନାଗ ପୀଠ, ବାଘଝର, ହାୱା ମହଲ, ପଞ୍ଚୁ ମହାଦେବ ପୀଠ, ମା ଖିଲାମୁଣ୍ଡା ପୀଠ, ଗଙ୍ଗବଂଶୀୟ କିର୍ତ୍ତୀ ଗଙ୍ଗେଶ୍ୱର ପୀଠ ଭଗ୍ନାବଶେଷ, ଅସୁର କୁମାରୀ ଔଷଧୀୟ ଜଳ ପ୍ରପାତ ଓ କୋଟଗଡ ଗୁମ୍ଫା ଭଳି ଅନେକ ଦର୍ଶନୀୟ କ୍ଷେତ୍ର ରହିଛି। ଏହାକୁ ଦେଖିବାକୁ ରାଜଧାନୀ ଭୁବନେଶ୍ୱର ସହ ଆଖ ପାଖ ଜିଲ୍ଲାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି।
ସରକାରଙ୍କ ଆମ ବସ ସେବା ଭୁବନେଶ୍ୱରରୁ ଦିନକୁ ଦୁଇଥର ଯାତାୟତ ପାଇଁ ଦାବି କରି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି କହିଛନ୍ତି, କାଉନସିଲର ବୈଠକରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଅନୁରୋଧ ପ୍ରସ୍ତାବ ସହ ବାଚସ୍ପତି ସୁରମା ପାଢୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଭାରତୀୟ ଜାତୀୟ କଂଗ୍ରେସ ନୟାଗଡ଼ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକ କୁହନ୍ତି ଦିନକୁ ଦୁଇଥର ଭୁବନେଶ୍ୱରରୁ ଆମ ବସ୍ ଚଳାଚଳ କଲେ ପର୍ଯ୍ୟଟକମାନେ ଉପକୃତ ହେବା ସହ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ହୋଇପାରିବେ ।
ପୁରୀ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ କୁହନ୍ତି ରଣପୁରକୁ ଆମ ବସ୍ ଚଳାଚଳ ହେଲେ ଯାତ୍ରୀମାନେ ଉପକୃତ ହେବା ସହ ରଣପୁରର ଉନ୍ନତି ହେବ। ତେଣୁ ସାଂସଦ ଡ ସମ୍ବିତ ପାତ୍ରଙ୍କୁ ପଦକ୍ଷେପ ନେବାପାଇଁ ଅନୁରୋଧ କରାଯିବ। ବିଜୁ ଜନତା ଦଳ ରଣପୁର ବ୍ଳକ ସଭାପତି ସଚୀକାନ୍ତ ଷଢଙ୍ଗୀ କହିଛନ୍ତି, ରଣପୁରକୁ ଆମ ବସ୍ ଚଳାଚଳ ଆବଶ୍ୟକତା ରହିଛି।
ଶନି-ସୂର୍ଯ୍ୟଙ୍କ ନବପଞ୍ଚମ ରାଜଯୋଗ; ଏହି ୩ ରାଶିଙ୍କ ଭାଗ୍ୟକୁ ସୁନା ଭଳି ଚମକାଇବେ ଶନି, ମିଳିବ ବଡ ସଫଳତା..



