www.samajalive.in
Saturday, December 6, 2025
15.1 C
Bhubaneswar

ରୋଜା ପାଳନର ବିଶେଷତ୍ୱ

ରମଜାନ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ଦାନ ଧର୍ମ ଭଳି ପୁଣ୍ୟ କାର୍ଯ୍ୟ କରାଯାଏ। ଏହି ମାସକୁ ନେକିୟୋଁ ମ୍ୟୈାସମ-ଏ-ବାହାର ବୋଲି ମୁସଲମାନ ସଂପ୍ରଦାୟରେ କୁହାଯାଏ।

୧. ରମଜାନ ମାସ ଶେଷରେ ଇଦୁଲ୍‍ ଫିତର ପାଳନ କରାଯାଏ। ମୁସଲିମ ଧର୍ମାବଲମ୍ବୀମାନେ ଏହି ମାସରେ ରୋଜା ରଖିବା ସହ ନମାଜ, ତରାବିହ ଓ କୋରାନ ପାଠ କରନ୍ତି।

- Advertisement -

୨. ରମଜାନ ମାସକୁ ୩ ଭାଗରେ ବିଭକ୍ତ କରାଯାଇଛି ଏବଂ ପ୍ରତି ଭାଗରେ ୧୦ ଦିନ ଲେଖାଏଁ ରହିଥାଏ। ଏହାକୁ ‘ଅଶରା’ କୁହାଯାଏ। ଏହି ପବିତ୍ର ମାସରେ ସ୍ୱର୍ଗରୁ ପୃଥିବୀ ପୃଷ୍ଠକୁ କୋରାନ ଅବତରଣ କରିଥିବା ବିଶ୍ୱାସ ରହିଛି।

୩. ଏହି ମାସରେ ରୋଜା ରଖିବା ସବୁ ମୁସଲମାନଙ୍କ ପାଇଁ ଜରୁରୀ । ରୋଜା କେବଳ ଭୋକିଲା ରହିବା ନୁହେଁ ବଂର ଖରାପ କାମରୁ ନିବୃତ୍ତ ରହିବା ନେଇ କୋରାନରେ ଉଲ୍ଲେଖ ରହିଛି। ଯାହାର ଅର୍ଥ ହେଉଛି ଶାରୀରିକ ଓ ମାନସିକ ସ୍ତରରେ ନିଜ ଉପରେ ନିୟନ୍ତ୍ରଣ ରଖିବା ।

୪. ଏହି ମାସରେ ରାଗ, ଝଗଡା, ହିଂସାକୁ ଭୁଲି ପ୍ରେମ ଓ ଏକତାରେ ବାନ୍ଧି ହୋଇ ରହିବାକୁ ପରାମର୍ଶ ଦିଆଯାଇଛି।

୫. ଏହି ମାସରେ ଗରିବଙ୍କୁ ଟଙ୍କା ଓ ବସ୍ତ୍ର ବାଣ୍ଟିବା ସହିତ ସମାଜ ହିତକର କାର୍ଯ୍ୟ କରିବା ପାଇଁ କୋରାନରେ ନିର୍ଦେଶ ଦିଆଯାଇଛି।

୬. ରୋଜା ମାସରେ ନିଶା  ସେବନ କରିବା ମନା କରାଯାଇଛି।

୭. ରୋଜା ସମୟରେ କୌଣସି ମହିଳାଙ୍କୁ ଖରାପ ନଜରରେ ଦେଖିବା ଅନୁଚିତ୍‍।

୮. ଏହି ମାସରେ ମିଛ କହିବା, ଲାଞ୍ଚ ନେବା ଭଳି ଖରାପ କାର୍ଯ୍ୟରୁ ନିବୃତ୍ତ ରହିବା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories