www.samajalive.in
Tuesday, December 9, 2025
26.1 C
Bhubaneswar

ରମ୍ୟାଙ୍କ ନାମରେ ରାଜଦ୍ରୋହ ମାମଲା

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଟ୍ୱିଟରରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ କଂଗ୍ରେସର ଆଇଟି(ସୂଚନା ପ୍ରଯୁକ୍ତି) ପ୍ରକୋଷ୍ଠ ମୁଖ୍ୟ ଦିବ୍ୟା ସ୍ପନ୍ଦନ(ରମ୍ୟା)ଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଛି। ରେଫେଲ ଦୁର୍ନୀତି ପ୍ରସଙ୍ଗରେ ରମ୍ୟା ମୋଦୀଙ୍କୁ ‘ଚୋର’ ବୋଲି ଆକ୍ଷେପ କରି ଟ୍ୱିଟ୍‍ କରିଥିଲେ। ଏ ନେଇ ତାଙ୍କ ବିରୋଧରେ ସୟଦ ରିଜୱାନ୍‍ ଅହମଦ ନାମକ ବ୍ୟକ୍ତି ସ୍ଥାନୀୟ ଥାନାରେ ଏତଲା ଦାୟର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା ଦୃଷ୍ଟିରୁ ତାଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ ଅପମାନଜନକ ବୋଲି ରିଜୱାନ୍‍ ଦର୍ଶାଇଛନ୍ତି। ଏଭଳି ସମାଲୋଚନା ରାଜଦ୍ରୋହ ପଦବାଚ୍ୟ ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ରମ୍ୟା ‘ହଉ, ଠିକ୍‍ ଅଛି’ ବୋଲି ହାଲ୍‍କା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରମ୍ୟା କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଆସୁଛନ୍ତି ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories