ସବର୍ଣ୍ଣ ଗରିବ ପରିବାରଙ୍କୁ ସଂରକ୍ଷଣ ଦିଆଯାଉ : ରାମବିଳାଶ

0

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‍ଜିପି) ଅଧ୍ୟକ୍ଷ ରାମବିଳାଶ ପାଶ୍ୱାନ ସବର୍ଣ୍ଣ ଗରିବଙ୍କୁ ସଂରକ୍ଷଣ ଦେବା ସପକ୍ଷରେ ଓକିଲାତି କରିଛନ୍ତି। ପାଶ୍ୱାନ ବୁଧବାର କହିଛନ୍ତି ଯେ ଉଚ୍ଚଜାତିର ଗରିବ ଲୋକଙ୍କ ପାଇଁ ୧୫% ସଂରକ୍ଷଣ ରହିବା ଆବଶ୍ୟକ। ସବର୍ଣ୍ଣ ଜାତିର ଲୋକ ବି ଗରିବ ଅଛନ୍ତି; ସଂରକ୍ଷଣରୁ ବଞ୍ଚିତ କରି ସେମାନଙ୍କ ସହ ପାତରଅନ୍ତର କରାନଯାଉ। ଆଦିବାସୀ ଓ ପଛୁଆ ବର୍ଗ ଲୋକଙ୍କ ଭଳି ସେମାନଙ୍କୁ ସୁବିଧା ପ୍ରଦାନ କରାଯାଉ। ଏହାସହ ସେ ଉଚ୍ଚଜାତିର ଗରିବ ପରିବାରବର୍ଗଙ୍କୁ୧୫% ସଂରକ୍ଷଣ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ପୂର୍ବରୁ ବିହାର ଶିଳ୍ପ ମନ୍ତ୍ରୀ ତଥା ଜେଡିୟୁ ନେତା ଜୟ ସିଂହ ଆର୍ଥିକ ଭାବେ ଦୁର୍ବଳ ଉଚ୍ଚଜାତିର ଗରିବ ଲୋକଙ୍କୁ ସଂରକ୍ଷଣ ଦେବା ଆବଶ୍ୟକ ବୋଲି କହିଥିଲେ। ସେ କହିଥିଲେ ଯେ ଉଚ୍ଚ ଜାତିର ଗରିବ ଲୋକଙ୍କ ଆକଳନ ପାଇଁ ଏକ କମିଟି ଗଠନ କରାଯିବା ଆବଶ୍ୟକ। କମିଟିର ସୁପାରିଶ ଆଧାରରେ ସେମାନଙ୍କୁ ସଂରକ୍ଷଣ ଦେବା ଉପରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏପଟେ ଏସସି/ଏସଟିଙ୍କ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ପାଶ୍ୱାନ ସମର୍ଥନ ଜଣାଇଛନ୍ତି।

Leave A Reply