www.samajalive.in
Saturday, December 6, 2025
26.1 C
Bhubaneswar

ଆଜମ ଖାନଙ୍କ ପୁଅ ବିଧାୟକ ଅବଦୁଲା ଗିରଫ

ରାମପୁର : ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସପି) ସାଂସଦ ଆଜମ ଖାନଙ୍କ ପୁଅ ତଥା ବିଧାୟକ ଅବଦୁଲାଙ୍କୁ ରାମପୁର ପୁଲିସ ବୁଧବାର ଗିରଫ କରିଛି। ଜୌହାର ବିଶ୍ୱବିଦ୍ୟାଳୟରେ ଚଢଉ ବେଳେ ସେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବୋଲି ଅଭିଯୋଗ ହୋଇଛି।
କାର୍ଯ୍ୟାନୁଷ୍ଠାନ ସମୟରେ ବିଧାୟକଙ୍କ ସମର୍ଥକ ଓ ପୁଲିସ୍‍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାସହ ଜାଲ କାଗଜପତ୍ରରେ ପାସପୋର୍ଟ ପ୍ରସ୍ତୁତ କରିଥିବା ନେଇ ମଙ୍ଗଳବାର ଅବଦୁଲାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅବଦୁଲା ସ୍ୱାର ଟାଣ୍ଡା ବିଧାନସଭା ଆସନରୁ ବିଧାୟକ ଅଛନ୍ତି। ମଦ୍ରାସା ଆଲିୟାରୁ ଚୋରି ହୋଇଥିବା ପୁସ୍ତକ ମାମଲରେ ଜୌହାର ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ଦିନ ଚଢଉ ହୋଇଛି। ବିଶ୍ୱବିଦ୍ୟାଳୟରୁ ଏପର୍ଯ୍ୟନ୍ତ ୨୫୦୦ ପୁସ୍ତକ ଜବତ ହୋଇଛି। ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଚଢଉ ବେଳେ ବୁଧବାର ଅପରାହ୍ଣରେ ବିଶ୍ୱବିଦ୍ୟାଳୟର ସିଇଓ ଅବଦୁଲା ସେଠାରେ ପହଞ୍ଚିଥିଲେ। ଏହି ସମୟରେ ପୁଲିସ୍‍ ସହ ତାଙ୍କର ବଚସା ହୋଇଥିଲା। ଫଳରେ ପୁଲିସ ତାଙ୍କୁ ଗିରଫ କରି ଜେରା ପାଇଁ ନେଇଯାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories