www.samajalive.in
Saturday, December 6, 2025
19.1 C
Bhubaneswar

ଖଟା ମିଠା ମାଛ

ପ୍ରସ୍ତୁତି ପ୍ରଣାଳୀ
ମାଛ – ୪୦୦ ଗ୍ରାମ
ତେନ୍ତୁଳି ରସ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଶୁଖିଲା ଲଙ୍କା – ୨ଟି
ରସୁଣ ଛେଚା – ୬ ରୁ ୭ ଟି  
ଭୁସଙ୍ଗ ପତ୍ର – ଅଳ୍ପ
ଜିରା ଲଙ୍କା ଗୁଣ୍ଡ- ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗୁଡ଼ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମାଛ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଅଧିକ କଡ଼ା କରି ମାଛ ଭାଜିବେ ନାହିଁ। ଏବେ ଏକ ଅନ୍ୟ କଡ଼େଇରେ ତେଲ ଗରମ କରି ଏଥିରେ ଅଳ୍ପ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏହା ପରେ ତେନ୍ତୁଳି ରସ ଓ ପାଣି ପକାନ୍ତୁ। ତେନ୍ତୁଳି ରସ ଫୁଟି ଆସିଲେ ସେଥିରେ ରସୁଣ ଛେଚା, ଭୁସଙ୍ଗ ପତ୍ର, ଜିରା ଲଙ୍କା ଗୁଣ୍ଡ, ଆବଶ୍ୟକ ପରିମାଣରେ ଗୁଡ ପକାଇ ଏହାକୁ କିଛି ସମୟ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ ଭାଜି ରଖିଥିବା ମାଛକୁ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ୧ ମିନିଟ ଫୁଟାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories