www.samajalive.in
Saturday, December 13, 2025
26.1 C
Bhubaneswar

ଖଟା ମିଠା ମାଛ

ପ୍ରସ୍ତୁତି ପ୍ରଣାଳୀ
ମାଛ – ୪୦୦ ଗ୍ରାମ
ତେନ୍ତୁଳି ରସ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଶୁଖିଲା ଲଙ୍କା – ୨ଟି
ରସୁଣ ଛେଚା – ୬ ରୁ ୭ ଟି  
ଭୁସଙ୍ଗ ପତ୍ର – ଅଳ୍ପ
ଜିରା ଲଙ୍କା ଗୁଣ୍ଡ- ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଗୁଡ଼ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମାଛ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଅଧିକ କଡ଼ା କରି ମାଛ ଭାଜିବେ ନାହିଁ। ଏବେ ଏକ ଅନ୍ୟ କଡ଼େଇରେ ତେଲ ଗରମ କରି ଏଥିରେ ଅଳ୍ପ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏହା ପରେ ତେନ୍ତୁଳି ରସ ଓ ପାଣି ପକାନ୍ତୁ। ତେନ୍ତୁଳି ରସ ଫୁଟି ଆସିଲେ ସେଥିରେ ରସୁଣ ଛେଚା, ଭୁସଙ୍ଗ ପତ୍ର, ଜିରା ଲଙ୍କା ଗୁଣ୍ଡ, ଆବଶ୍ୟକ ପରିମାଣରେ ଗୁଡ ପକାଇ ଏହାକୁ କିଛି ସମୟ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ ଭାଜି ରଖିଥିବା ମାଛକୁ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ୧ ମିନିଟ ଫୁଟାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories