ଏପରି କରନ୍ତୁ ଆଳୁର ବ୍ୟବହାର କେଶ ହେବ ଘନ ଓ ଲମ୍ବା

ନିୟମିତ ସଭିଁଙ୍କ ଘରେ ଆଳୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଅଟେ। ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ କରିଥାଆନ୍ତି। ବହୁ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ମୁହଁ ଓ କେଶ ପାଇଁ ଖୁବ ଉପକାରୀ ଅଟେ। ଏହା କେଶକୁ ଘନ ଓ ମୋଟା ମଧ୍ୟ କରିଥାଏ। ଆଳୁ ଚୋପା, ରସ କେଶ ପାଇଁ ଖୁବ ଲାଭଦାୟକ। କେଶ ଉପୁଡ଼ିବା ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଜାଣନ୍ତୁ କେଶ ପାଇଁ ଆଳୁ କିପରି ଏକ ବରଦାନ….
ସପ୍ତାହକୁ ୨ ଥର କେଶରେ ଆଳୁର ରସ ଲଗାଇଲେ ଏହା କେଶକୁ ଘନ କରିଥାଏ।
କେଶ ମୂଳରେ ଆଳୁର ରସକୁ ଲଗାଇବା ଦ୍ୱାରା କେଶ ମୂଳକୁ ମଜଭୂତ କରିଥାଏ। ଫଳରେ କେଶ ଉପୁଡ଼ିବା ସମସ୍ୟା ଦୂର ହୋଇଥାଏ।
ଆଳୁର ରସକୁ ଲଗାଇବା ଦ୍ୱାରା କେଶ ଶୀଘ୍ର ଧଳା ହୋଇନଥାଏ।
ଆଳୁର ରସ ସହ ଲେମ୍ବୁର ରସ ମିଶାଇ ଲଗାଇବା ଦ୍ୱାରା କେଶର ରୁକ୍ଷାପଣ ଦୂର ହୋଇଥାଏ।
ଆଳୁ ରସ ସହ ଘିକୁଆଁରୀ ରସ ମିଶାଇ ଲଗାଇଲେ କେଶ ଶୀଘ୍ର ବଢିବା ସହ ଅଧିକ ଘନ ମଧ୍ୟ ହୋଇଥାଏ।
ଆଳୁ ରସକୁ ଲଗାଇବା ଦ୍ୱାରା କେଶରେ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ।

Comments are closed.