www.samajalive.in
Monday, December 8, 2025
24.1 C
Bhubaneswar

ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ଗୋବିନ୍ଦ ସେନାପତି, ଟଙ୍କଧର ସେନାପତି, ନନ୍ଦକିଶୋର ତୋଇକା,ମକରଧ୍ବଜ ଧୋବା, ରାମନାଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ପ୍ରମୁଖ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା।ସେହିପରି ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା। ଚଳିତ ବର୍ଷ ପ୍ରଥମ କରି ଖରିଫରତୁ ନିମନ୍ତେ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୧୯୬୦ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୧୯୪୦ଟଙ୍କା ରହିଛି।

ବର୍ତ୍ତମାନ ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଧାନକ୍ରୟ କରାଯିବା ସହ ପ୍ରତ୍ୟେକ ଶୁକ୍ରବାର ଦିନ ଚାକୁଣ୍ଡା ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ଓ ସୋମବାର ଉକୁମ୍ବା ପଞ୍ଚାୟତ, ମଙ୍ଗଳବାର ଗୁମୁଡା, ବୁଧବାର କୁଜେନ୍ଦ୍ରୀ ଠାରେ ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ମିଲ ମାଲିକଙ୍କ ସମେତ ବହୁ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ।ସେହିପରି ରାମନାଗୁଡା ଲ୍ୟାମ୍ପସ କର୍ମଚାରୀ ସୁରେଶ ନିମାଲା, ରମେଶ ପାଲାକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories