www.samajalive.in
Tuesday, December 9, 2025
17.1 C
Bhubaneswar

ଗଡ଼ଜାତ ମହୋତ୍ସବ ତୃତୀୟ ଦିବସ

ହରଭଙ୍ଗା: ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମାଜକୁ ଶୃଙ୍ଖଳିତ ଓ ସୂପଥରେ ଆଗେଇ ନେବା ପାଇଁ ରକ୍ତଦାନ ଭଳି ଏକ ମହାନ୍ କାର୍ୟ୍ୟରେ ନିଜକୁ ସାମିଲ କରାଇ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବର ତୃତୀୟ ଦିବସରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବୀରନରସିଂହପୁର ନର୍ସରୀ ଠାରେ ପାଳିତ ହେଉଥିବା ମହୋତ୍ସବର ତୃତୀୟ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଡାକ୍ତର ଶ୍ରୀମନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରଘୁନାଥ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।

ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଡ଼୍ରାଇଭର ମହାସଂଘର ସ୍ବେଚ୍ଛାସେବୀ ଓ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟ ସାମିଲ ହୋଇ ଥିଲେ। ଡ: ରଜତ ମହାନନ୍ଦିଆ, ରକ୍ତ ପରାମର୍ଶଦାତା ବନୋଜ କୁମାର ପ୍ରଧାନ, ଲାବୋରେଟରି ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ, ସହକର୍ମୀ ବ।ଦଲ କୁମାର ପ୍ରଧାନ ଶିବିର ପରିଚାଳନା କରି ୨୮ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିବାସୀ ଶିଶୁ କଣ୍ଠଶିଳ୍ପୀ ସମାଇରା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରି ଥିଲା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ସଭ୍ୟ ଶ୍ରୀ ପୁରନ୍ଦର ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ଓ କମିଟିର ସମସ୍ତ ସଭ୍ୟ କାର୍ୟ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories