www.samajalive.in
Saturday, December 6, 2025
26.1 C
Bhubaneswar

ରାମନାଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୧୬୫ଜଣଙ୍କୁ ଟୀକାପ୍ରଦାନ 

ରାମନାଗୁଡା :  କରୋନା ମହାମାରୀରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇ କରୋନା ଟୀକା ଯୋଗାଇ ଦିଆଯାଉଛି। ଆଜି ରାମନାଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ୧୬୫ଜଣଙ୍କୁ ଟୀକାପ୍ରଦାନ କରାଯାଇଛି।
ତେବେ ପ୍ରର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ ନଥିବାରୁ ଅଧିକାଂଶ ଲୋକେ ଟିକା ନେବାରୁ ବଞ୍ଚିତ ହୋଇଥିବା ଵେଳେ ପ୍ରଥମ କିସ୍ତି ନେଇଥିବା ଵ୍ୟକ୍ତିଙ୍କ ପାଇଁ ଦ୍ଵିତୀୟ କିସ୍ତି ଟିକା ଯଥେଷ୍ଟ ନଥିବାରୁ  ଲୋକ ଟିକା ନପାଇ ଫେରିଯାଇଥିବା ରାୟଗଡା ଜିଲ୍ଲା ରାମନାଗୁଡା ସଦରମହକୁମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଵହୁଲୋକ ପ୍ରଥମ କିସ୍ତି କରୋନା ଟିକା ନେଇଥିଲେ। ଦ୍ଵିତୀୟ କିସ୍ତି ଟିକା ନେବାପାଇଁ ଉପଯୁକ୍ତ ସମୟ ସୀମା ହୋଇଥିଲେ ମଧ୍ୟ ଟିକା  ଅଭାବ କାରଣରୁ ବୟସ୍କଙ୍କୁ ଉପଯୁକ୍ତ ସମୟରେ ଟିକା ଦିଆଯାଇପାରିନଥିଲା। ଆଜି ୧୫୦ଜଣଙ୍କ ପାଇଁ ଟିକା ଗଛିତ ରହିଥିବା ବେଳେ ୧୬୧ଜଣଙ୍କୁ ଦ୍ୱିତୀୟ କିସ୍ତି ଟୀକା ୪ଜଣଙ୍କୁ ପ୍ରଥମକିସ୍ତି ଟୀକାପ୍ରଦାନ କରାଯାଇଥିଲା। ଗୋଟିଏ ଟୀକା ରହିଥିବା ସୀସାରୁ ଅଭିଜ୍ଞ  ଟୀକା ତାଲିମପ୍ରାପ୍ତ ପ୍ରଦାନକାରୀଙ୍କ ଠାରୁ ୧୧ଜଣ ବ୍ୟକ୍ତି ଟୀକା ନେଇପାରିବେ।  ସେହିପରି ଜନସାଧାରଣଙ୍କୁ ଟୀକାକରଣକୁ ନେଇ ଦ୍ବନ୍ଦରେ ନପଡି ଯଥାଶୀଘ୍ର ଟୀକାପ୍ରଦାନ ସହ ପରବର୍ତ୍ତୀ ସମୟରେ ଟୀକା ଆସିଲେ ସମସ୍ତ ଲୋକଙ୍କୁ ସୂଚିତ କରାଯାଇ ଟୀକାପ୍ରଦାନ କରାଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories