www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୩ଟା ମୁଖ୍ୟ ସମ୍ବାଦ (୭ ମେ ୨୦୨୧)

ଦେଶ ଖବର
ନୂଆଦିଲ୍ଲୀ:
ସଂପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଅନୁସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆଗାମୀ ଜୁନ-ଜୁଲାଇ ମାସରେ ଅନୁଷ୍ଠିତ ହେବ। 

ନୂଆଦିଲ୍ଲୀ: କର୍ଣ୍ଣାଟକରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଅମ୍ଳଜାନ ଯୋଗାଇ ଦେବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଏର କରିଥିବା ମାମଲା ହାରିଯାଇଛନ୍ତି।

କଲକାତା: ୩ୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭି​‌ଯୋଗ ଆଣିଛନ୍ତି। ରାଜ୍ୟ ପାଇ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି ବୋଲି ମମତା କହିଛନ୍ତି। 
ଭୋପାଳ: ଜଣେ ହତ୍ୟାକାରୀ, ଆଉ ଜଣେ ମୁସଲମାନ ଆମ୍ବୁଲାନ୍ସ ଚାଳକ: ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
କରୋନାରୁ ସୁସ୍ଥ ହେବା ପରେ ତୁରନ୍ତ ବଦଳାନ୍ତୁ ଏହିସବୁ ବ୍ୟବହୃତ ଜିନିଷ
ନୂଆଦିଲ୍ଲୀ : ଦେଶରେ ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି। ବିଭିନ୍ନ ବର୍ଗ ଓ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଟିକା ନେବା ପାଇଁ ବେଶ ଆଗ୍ରହ ଦେଖିବାକୁ ମିଳୁଛି। ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।
ରାଜସ୍ଥାନ : ରାଜସ୍ଥାନ ସରକାର କରୋନାର ଦ୍ରୁତ ଗତି ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ମେ’ ୧୦ ତାରିଖରୁ ସକାଳ ୫ଟାରୁ ଆରମ୍ଭ କରି ୨୪ ମେ’ ସକାଳ ୫ଟା ଯାଏଁ କଟକଣାକୁ କଡାକଡି କରିଛନ୍ତି।

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗରେ ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ଏକ ନୂଆ ରୋଗର ଶିକାର ହେଉଛନ୍ତି। ଏହାର ତ୍ଵରିତ ଚିକିତ୍ସା କରା ନ କଲେ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଉଛି କିମ୍ବା ମୃତ୍ୟୁମୁଖରେ ପଡୁଛନ୍ତି। ଏହି ରୋଗର ନାମ ହେଉଛି ‘ମିକୋର ମାଇକୋସିସ’। ଗୁଜରାଟର ସୁରତରେ ୧୫ ଦିନ ମଧ୍ୟରେ ୪୦ରୁ ଅଧିକ ଏପରି ମାମଲା ଦେଖିବାକୁ ମିଳିଲାଣି। ଯେଉଁଥିରୁ ୮ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଇଛି।
ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ। ୨ୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ।

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।

ରାଜ୍ୟ ଖବର
ଭୁବନେଶ୍ୱର: 
କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର:  ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪ ଜଣ ଲେଖାଁଏ ଏବଂ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ ହେଁ ଅନେକ ଲୋକ ଏହାକୁ ମାନୁନାହାନ୍ତି। ଯାହାଫଳରେ ତାଲାବନ୍ଦ ସତ୍ବେ ରାଜ୍ୟରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରେ ଯଥାକ୍ରମେ ୧୮୨୮ ଓ ୯୧୬ ନୂଆ ସଂକ୍ରମିତ ବାହାରିଛନ୍ତି।

ପୁରୀ:  କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଛି। ପୁଲିସ କେନ୍ଦ୍ରଟିକୁ ସିଲ କରିବା ସହିତ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ କରାଯାଇଛି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories