www.samajalive.in
Sunday, December 14, 2025
16.1 C
Bhubaneswar

ରମାଦେବୀ ବିଶ୍ବବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବି.ଏଡ୍ ଫଳ ପ୍ରକାଶିତ, ସ୍ବାହାସାଇନା ଶ୍ରେଷ୍ଠ ସ୍ନାତକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଏବଂ ବିଏଡ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟ ୱେବସାଇଟ rdwu.ac.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି। ଏଥର ସ୍ନାତକରେ ୬୬୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦୭୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ମୋଟ୍ ଉତ୍ତୀର୍ଣ୍ଣ ହାର ୯୧.୪% ରହିଛି। କଳାରେ ୯୦.୭%, ବିଜ୍ଞାନରେ ୯୬.୩% ଓ ବାଣିଜ୍ୟରେ ୮୩.୩% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସ୍ନାତକୋତ୍ତର ପରୀକ୍ଷାରେ କଳାରେ ୯୦.୭%, ବିଜ୍ଞାନରେ ୯୨% ଏବଂ ବାଣିଜ୍ୟରେ ୮୩.୩% ଛାତ୍ରୀ ଏବଂ ଦୁଇବର୍ଷିଆ ବିଏଡ୍ ପରୀକ୍ଷାରେ ୯୭.୯୨% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରେଷ୍ଠ ସ୍ନାତକ (ବେଷ୍ଟ୍ ଗ୍ରାଜୁଏଟ) ଭାବେ ରମାଦେବୀ ବିଶ୍ବବିଦ୍ୟାଳୟ ଗଣିତ ବିଭାଗର ଛାତ୍ରୀ ସ୍ବାହା ସାଇନା ପଟ୍ଟନାୟକଙ୍କ ନାମ ଘୋଷଣା କରାଯାଇଛି। ଏଥିସହ ୨୦୧୭-୨୦ ଶିକ୍ଷାବର୍ଷର ସମସ୍ତ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ଫଳ ମଧ୍ୟ ପ୍ରକାଶ ପାଇଛି।

କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ପରୀକ୍ଷା ନିୟନ୍ତ୍ରକ ଡ. ମମତା ମହାନ୍ତି, କୁଳସଚିବ ଶ୍ୟାମଳୀ ମହାପାତ୍ର, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଚଣ୍ଡୀଚରଣ ରଥ, ଲୋକ ସମ୍ପର୍କ ଅଧିକାରୀ ଡ. ମାନସ ବେହେରା କୃତି ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। +୩ କଳାରେ ୫୦୭୪ ଜଣ ପରୀକ୍ଷା ଦେଇଥିବାବେଳେ ୪୬୦୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ୧୨୦୩ରୁ ୧୧୫୮ ଏବଂ ବାଣିଜ୍ୟରେ ୩୭୩ ଜଣଙ୍କ ମଧ୍ୟରୁ ୩୧୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। +୩ କଳାର ନୃତତ୍ତ୍ବ ସମ୍ମାନ (ଅନର୍ସ)ରେ କମଳା ନେହେରୁ କଲେଜର ଦରକ୍ଷଣ ପରୱିନ୍ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି। ସେହିପରି ଅର୍ଥନୀତିରେ ରମାଦେବୀ ବିଶ୍ବବିଦ୍ୟାଳୟର ସୁଚରିତା ଓଝା, ଶିକ୍ଷାରେ ଜପକୁଦ କଲେଜର ସୁପ୍ରଭା ଚାନ୍ଦ, ଇଂରାଜୀରେ ଇନ୍ଦିରା ଗାନ୍ଧୀ ମହିଳା କଲେଜର ଫୌଜିୟା ତାରାନମ, ହିନ୍ଦୀରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରତ୍ୟୁଷା ମିଶ୍ର, ଇତିହାସରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶ୍ରେୟା ସ୍ମୃତି ଦାସ, ଗୃହ ବିଜ୍ଞାନରେ କମଳା ନେହେରୁ କଲେଜର ସୁଶ୍ରୀ ବୈଭବୀ ଜେନା, ପାଠାଗାର ଏବଂ ସୂଚନା ବିଜ୍ଞାନରେ ବାଲିକୁଦା ମହିଳା କଲେଜର ପ୍ରିୟାସ୍ମିତା ରାଉଳ, ଗଣିତରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ, ଓଡ଼ିଆରେ ଖୋର୍ଦ୍ଧା ମହିଳା କଲେଜର ବିଷ୍ଣୁପ୍ରଭା ରାଉତରାୟ, ଫିଲୋସଫିରେ କମଳା ନେହେରୁ କଲେଜର ବାସନ୍ତି ଗଡ଼ନାୟକ, ରାଜନୀତି ବିଜ୍ଞାନରେ ଇନ୍ଦିରା ଗାନ୍ଧୀ ମହିଳା କଲେଜର ସୋନାଲିକା ବେହେରା, ମନୋବିଜ୍ଞାନରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଅମୃତା ସ୍ଥିତପ୍ରଜ୍ଞା ପହି, ସଂସ୍କୃତରେ ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା କଲେଜର ଯାଜ୍ଞେଶ୍ବରୀ ଜେନା, ସମାଜ ବିଜ୍ଞାନରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଅନ୍ବେଷା ପଟ୍ଟନାୟକ, ପରିସଂଖ୍ୟାନରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶିଳ୍ପା ପରିଡ଼ା ଶ୍ରେଷ୍ଠ ହୋଇଛନ୍ତି। ବିଜ୍ଞାନରେ ବାୟୋଟେକ୍ନୋଲୋଜି ଅନର୍ସରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଅଳଙ୍କୃତା ନାୟକ, ଉଦ୍ଭିଦ ବିଜ୍ଞାନରେ ପ୍ରିୟଙ୍କା ପଣ୍ଡା, ରସାୟନ ବିଜ୍ଞାନରେ ସୋନାଲି ସେସାଦ୍ରି, କମ୍ପ୍ୟୁଟର ବିଜ୍ଞାନରେ କୋମଲ ସାହୁ, ଭୂତତ୍ତ୍ବ ବିଜ୍ଞାନରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜର ଅଭିଲିପ୍ସା ମହାନ୍ତି, ଆଇଟିରେ ପୁରୀ ସରକାରୀ ମହିଳା କଲେଜର ଶୁଭସ୍ମିତା ପ୍ରଧାନ, ଗଣିତରେ ବିଶ୍ବବିଦ୍ୟାଳୟ ଛାତ୍ରୀ ସ୍ବାହା ସାଇନା ପଟ୍ଟନାୟକ, ପଦାର୍ଥ ବିଜ୍ଞାନରେ ଅନନ୍ୟା ଜ୍ୟୋତିପ୍ରଜ୍ଞା ସାହୁ, ପରିସଂଖ୍ୟାନରେ ଶର୍ମିଷ୍ଠା ଷଡ଼ଙ୍ଗୀ, ପ୍ରାଣୀ ବିଜ୍ଞାନରେ ବିଶ୍ବବିଦ୍ୟାଳୟର ଚିନ୍ମୟୀ ବେହେରା ଶ୍ରେଷ୍ଠ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶୁଭଶ୍ରୀ ଶ୍ରଦ୍ଧାଞ୍ଜଳି ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories