www.samajalive.in
Sunday, December 7, 2025
23.1 C
Bhubaneswar

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ: ‘ବେଷ୍ଟ ଗ୍ରାଜୁଏଟ୍‌ ଶୁଭଶ୍ରୀ ଶୁଭସ୍ମିତା ନାୟକ’, ପ୍ରକାଶ ପାଇଲା ୟୁଜି ଓ ପିଜି ପରୀକ୍ଷାର୍ଥୀଙ୍କ ଟପର୍‌ ତାଲିକା

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ପରୀକ୍ଷାଫଳ ଅକ୍ଟୋବର ୩୦ ପ୍ରକାଶ ପାଇଥିଲା, କିନ୍ତୁ ଟପର୍‌ ତାଲିକା ପ୍ରକାଶ ପାଇ ନଥିଲା। ଆଜି ରମାଦେବୀ ବିଶ୍ବବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ୍‌ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ଟପ୍ପର ତାଲିକା ପ୍ରକାଶ ପାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଚଳିତ ବର୍ଷ ରସାୟନ ବିଭାଗ ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତା ନାୟକଙ୍କୁ ‘ବେଷ୍ଟ ଗ୍ରାଜୁଏଟ୍‌’ ହୋଇଛନ୍ତି। ସିଜିପିଏ ୯.୬ ନମ୍ବର ରଖି ଶୁଭଶ୍ରୀ ଏହି ସଫଳତା ହାସଲ କରିଛନ୍ତି।

ଆଜି ୟୁଜି ଛାତ୍ରୀଙ୍କ ଅନର୍ସ ଟପ୍ପରଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି। ଆନ୍ଥ୍ରୋପୋଲୋଜିରୁ ଏଲିନା ଗାଏନ, ଅର୍ଥନୀତିରୁ ଅଙ୍କିତା ମହାପାତ୍ର, ଶିକ୍ଷା ବିଭାଗରୁ ଅପର୍ଣ୍ଣା ସାହୁ, ଇଂରାଜିରୁ ପ୍ରାପ୍ତି ପଟ୍ଟନାୟକ, ହିନ୍ଦୀରୁ ମୌସମ ତିୱାରୀ, ଇତିହାସରୁ ଅର୍ପିତା, ହୋମ୍‌ ସାଇନ୍ସରୁ ବୈଶାଳୀ ଭରଦ୍ୱାଜ ଦାଶ, ଲାଇବ୍ରେରି ଆଣ୍ଡ୍‌ ଇନ୍‌ଫରମେନ୍‌ ସାଇନ୍ସରୁ ଦିପ୍ତିମୟୀ ମଲେଇ, ଗଣିତରୁ ଅମ୍ରିତା ପ୍ରିିତମ, ଓଡ଼ିଆରୁ ରଜନୀଗନ୍ଧା ପରିଡ଼ା, ଫିଲୋସଫିରୁ ରଞ୍ଜିତା ସାମନ୍ତରାୟ, ରାଜନୀତି ବିଜ୍ଞାନରୁ ସାଗରିକା ମହାରଣା, ସାଇକୋଲୋଜିରୁ ବୈଷ୍ଣୋବୀ ରଥ, ସଂସ୍କୃତରୁ ରଶ୍ମିତା ପଟ୍ଟନାୟକ, ସୋସିଓଲୋଜିରୁ ଦେବୀଦତ୍ତ ମହାପାତ୍ର, ବାୟୋଟେକ୍‌ନୋଲୋଜିରୁ ସୌମ୍ୟାଶ୍ରୀ ଦାଶ, ଉଦ୍ଭିଦ ବିଜ୍ଞାନରୁ ଇସ୍ପିତା ପ୍ରିୟଦର୍ଶନୀ, ରସାୟନ ବିଜ୍ଞାନରୁ ଅର୍ପିତା ମହାରଣା, କମ୍ପ୍ୟୁଟର୍‌ ସାଇନ୍ସରୁ ଅର୍ପିତା ପ୍ରିୟଦର୍ଶନୀ ସାମଲ୍‌, ଗଣିତରୁ ବିଜୟଲକ୍ଷ୍ମୀ ସାହୁ, ପଦାର୍ଥ ବିଜ୍ଞାନରୁ ଆୟେଶା ମହାନ୍ତି, ଷ୍ଟାଟିଷ୍ଟିକ୍ସରୁ ସ୍ୱସ୍ତିକା ମୈତି, ପ୍ରାଣୀ ବିଜ୍ଞାନରୁ କନ୍ୟାକା ଜେନା ଓ ବାଣିଜ୍ୟରୁ ଅନୀତା ଗଜେନ୍ଦ୍ର ଅନର୍ସ ଟପର୍ ହୋଇଛନ୍ତି ।

- Advertisement -

ଆଜି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପିଜି ଟପ୍ପର ତାଲିକା ପ୍ରକାଶ ପାଇଛି। ବାୟୋଟେକ୍‌ନୋଲୋଜିରେ ପ୍ୟାରି ପାୟଲ୍‌ ବେଉରା, ବାଣିଜ୍ୟରେ ଲକ୍ଷ୍ମୀପ୍ରିୟା ସ୍ୱାଇଁ, କମ୍ପ୍ୟୁଟର୍‌ ସାଇନ୍ସରେ ବିଶାଖା ବିଶ୍ୱଦର୍ଶିନୀ ଦାସ, ଅର୍ଥନୀତିରେ ସାଗରିକା ଦାସ, ଶିକ୍ଷା ବିଭାଗରେ ଆକାଂକ୍ଷା ପ୍ରମାଣିକ, ଇଂରାଜୀରେ ତନୟା ଦାସ, ଜେଣ୍ଡର୍‌ ଷ୍ଟଡିଜ୍‌ରେ ଶ୍ରେଷ୍ଠା ପାଣି, ହିନ୍ଦୀରେ ଚିନ୍ମୟୀ ରାଉତ, ହୋମ୍‌ ସାଇନ୍ସରେ ରୋଜା ଘୋଷ, ଲାଇଫ୍‌ ସାଇନ୍ସରେ ସ୍ୱରାଞ୍ଜଳି ଜେନା ଏବଂ ଓଡ଼ିଆରେ ସୋନାଲି ଦାସ ପିଜି ଟପର୍ ହୋଇଛନ୍ତି।

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୟୁଜି(ଯୁକ୍ତ ୩ ଫାଇନାଲ୍‌ ସେମିଷ୍ଟାର) ଏବଂ ପିଜି ଫାଇନାଲ୍‌ ସେମିଷ୍ଟାର ସାଙ୍ଗକୁ ବିଏଡ୍‌ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୟୁଜିରେ ମୋଟ ପାସ୍‌ହାର ୯୨.୬୬% ହୋଇଥିବାବେଳେ ପିଜିରେ ପାସ୍‌ହାର ୮୯.୪୬% ରହିଛି ଏବଂ ବିଏଡ୍‌ରେ ପାସ୍‌ହାର ୧୦୦% ହୋଇଛି । ୟୁଜି ଓ ପିଜି ଫାଇନାଲ୍‌ ସେମିଷ୍ଟାର ଏବଂ ବିଏଡ୍‌ ପରୀକ୍ଷାଫଳ ସେମାନଙ୍କ ପରୀକ୍ଷାଫଳ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ। ଛାତ୍ରୀମାନେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରୁ ପରୀକ୍ଷାଫଳ ଦେଖିପାରିବେ ବୋଲି ସୂଚନା ଦିଆଯାଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories