www.samajalive.in
Thursday, December 11, 2025
14.1 C
Bhubaneswar

ତିତ୍‍ଲି କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ପ୍ୟାକେଜ ଘୋଷଣା କରାଯାଉ: ରାମଚନ୍ଦ୍ର ଖୁଣ୍ଟିଆ

ନୂଆଦିଲ୍ଲୀ : ତିତ୍‍ଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍ ଘୋଷଣା କରିବାକୁ ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ପ୍ରଭାରୀ ରାମଚନ୍ଦ୍ର ଖୁଣ୍ଟିଆ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ବିଗତ ଦିନରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ପ୍ୟାକେଜ୍‍ ଘୋଷଣାରେ କେନ୍ଦ୍ରର ଏନଡିଏ ସରକାର ଯେଭଳି ତତ୍ପରତା ଦେଖାଇଛନ୍ତି ଠିକ୍‍ ସେହିଭଳି ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ଆବଶ୍ୟକ ବୋଲି କହିଛନ୍ତି। ତିତ୍‍ଲି ସାମୁଦ୍ରିକ ବାତ୍ୟାକୁ ଏକ ସପ୍ତାହ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଅଦ୍ୟାବଧି କେନ୍ଦ୍ରକୁ ରିପୋର୍ଟ ନ ପଠାଇବା ଘଟଣାରେ ଶ୍ରୀ ଖୁଣ୍ଟିଆ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା ନକରି କେନ୍ଦ୍ର ସରକାର ନିଜଆଡୁ କେନ୍ଦ୍ରୀୟ ଟିମ୍‍ ପଠାଇ କ୍ଷୟକ୍ଷତି ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ସେହିପରି ତିତ୍‍ଲିରେ ମୃତ ବ୍ୟକ୍ତି ପ୍ରତି ୧୦ ଲକ୍ଷ ଓ ଆହତଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମେତ ସମସ୍ତଙ୍କୁ ମାଗଣା ବାସଗୃହ ଯୋଗାଣ ଏବଂ ଗୃହପାଳିତ ପଶୁଙ୍କ ମୃତ୍ୟୁ ଓ ଫସଲ ନଷ୍ଟ ବାବଦକୁ ଶତ ପ୍ରତିଶତ କ୍ଷତିପୂରଣ ରାଶି ଘୋଷଣା କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଶ୍ରୀ ଖୁଣ୍ଟିଆ ଦାବି କରିଛନ୍ତି।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories