BJD Bijuli 480×75 Mob

ରାମ ନବମୀ ହିଂସା ; କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ମାମଲା

BJD Bijuli 480×75 Mob
0

କଲକାତା : ପଶ୍ଚିମବଙ୍ଗରେ ଘଟିଥିବା ରାମ ନବମୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହିଂସା ପ୍ରବଣ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିବାବେଳେ ମନ୍ତ୍ରୀ ସୁପ୍ରିୟୋ ଏହାକୁ ଉଲ୍ଲଙ୍ଘନ ପୂର୍ବକ ପ୍ରବେଶ କରିବାକୁ ନେଇ ମାମଲା ରୁଜୁ କରାଯାଇଛି। ପୁଲିସ ନିଜ ଆଡୁ ଏହି ମାମଲା ରୁଜୁ କରିଛି। ରାମ ନବମୀ ହିଂସାକୁ ନେଇ ବୁଧବାର ଆସାନସୋଲ ଜିଲା ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ଗୁରୁବାର ମନ୍ତ୍ରୀ ସୁପ୍ରିୟୋ ଏହି ଜିଲା ଅନ୍ତର୍ଗତ ନିଜ ନିର୍ବାଚନମଣ୍ଡଳୀ ରେଲପାର ଅଞ୍ଚଳକୁ ପ୍ରବେଶ କରିଥିଲେ। ପୁଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର ସେ ପୁଲିସକୁ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ଫଳରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆସାନସୋଲର ନର୍ଥ ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ଆଇପିଏସ୍‌ ଅଫିସର ରୂପେଶ କୁମାରଙ୍କୁ ମାଡ ମାରିବା ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଅନ୍ୟପଟେ ପୁଲିସ କେନ୍ଦ୍ରମନ୍ତ୍ରୀ ସୁପ୍ରିୟୋ ଆଇପିଏସ୍‌ ଅଫିସର ରୂପେଶ କୁମାରଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରୂପେଶ କୁମାର ତାଙ୍କୁ ଠେଲାପେଲା କରିବା ସହ ହେଲମେଟ୍‌ ଦ୍ୱାରା ମାରିଛନ୍ତି। ରାଣିଗଞ୍ଜରେ ଲୋକଙ୍କ ଘରକୁ ପୋଡି ଦିଆଯାଉଥିବାବେଳେ ପୁଲିସ ନିରବ ରହିଛି। ଲୋକମାନେ ସାହାଯ୍ୟ ପାଇଁ ନିବେଦନ କରୁଥିବାବେଳେ ପୁଲିସ ତାଙ୍କୁ ଘଟଣାସ୍ଥଳକୁ ଯିବାକୁ ଦେଉ ନାହିଁ। ଏପରିକି ପୁଲିସ ଓ ଜିଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ ଉଦ୍ୟମ୍‌ କରୁଥିବାବେଳେ କେହି ସେଥିପ୍ରତି ଧ୍ୟାନ ଦେଉ ନାହାନ୍ତି ମନ୍ତ୍ରୀ ସୁପ୍ରିୟୋ ଅଭିଯୋଗ କରିଛନ୍ତି। ରାମ ନବମୀ ହିଂସାକୁ ନେଇ ରାଣୀଗଞ୍ଜ ଓ ଆସାନସୋଲରେ ଇଣ୍ଟରନେଟ ସେବା ବନ୍ଦ ରହିଛି।

Leave A Reply