www.samajalive.in
Sunday, December 14, 2025
16.1 C
Bhubaneswar

ରାମ ମନ୍ଦିର ଜମିକିଣା ବିବାଦ, ଏକାଦିନେ କିଣା ଯାଇଥିଲା ୮ କୋଟିର ଜମି

ଅଯୋଧ୍ୟା: ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିର ଜମି କିଣାରେ ଆଉ ଏକ ଦୁର୍ନୀତି ଅଭିଯୋଗ ହୋଇଛି। ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଗତ ମାର୍ଚ୍ଚ ୧୮ରେ କ୍ରୟ ହୋଇଥିବା ଜମିକୁ ନେଇ ବିବାଦ ଲାଗି ରହିଥିବାବେଳେ ଦ୍ବିତୀୟ ଅଭିଯୋଗ ଟ୍ରଷ୍ଟକୁ ଅଡ଼ୁଆରେ ପକାଇଛି। ମାର୍ଚ୍ଚରେ ଟ୍ରଷ୍ଟ ଦ୍ୱାରା ସୁଲତାନ ଅନସାରୀ ଓ ରବିମୋହନ ତିୱାରୀଙ୍କଠାରୁ ୨ କୋଟିରେ କିଣା ଯାଇଥିବା ଜମିକୁ ମାତ୍ର କେଇ ମିନିଟ ବ୍ୟବଧାନରେ ସାଢ଼େ ୧୮ କୋଟିରେ ପୁନଃ କିଣା ଯାଇଥିବା ନେଇ ବିବାଦ ଉଠିଥିଲା ବେଳେ ସେହିଦିନ ଉକ୍ତ ଜମିର ଆଉ ଏକ ଅଂଶକୁ ୮ କୋଟି ଟଙ୍କାରେ କିଣା ଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ହରିଶ ପାଠକ ଓ କୁସୁମ ପାଠକଙ୍କଠାରୁ ସୁଲତାନ ଅନସାରୀ ଓଜମି ଦଲାଲ ରବିମୋହନ ତିୱାରୀଙ୍କ ମାଧ୍ୟମରେ ରାମ ମନ୍ଦିର ଟ୍ରଷ୍ଟ ମାର୍ଚ୍ଚ ୧୮ରେ ଖାତା ସଂଖ୍ୟା ୨୪୨, ୨୪୩, ୨୪୪ ଓ ୨୪୬ରେ ଥିବା ୧.୨୦୮ ହେକ୍ଟର ପରିମିତ ଜମି ପ୍ରଥମେ ୨କୋଟି ଓ ୧୦ମିନିଟ ପରେ ୧୮କୋଟି ୫୦ଲକ୍ଷରେ କ୍ରୟ କରିଥିଲା। ସେହିଦିନ ଟ୍ରଷ୍ଟ ୧.୦୩୭ ହେକ୍ଟର ପରିମିତ ଆଉ ଏକ ଜମି ମଧ୍ୟ କିଣିଥିଲା। ଏହାକୁ ଟ୍ରଷ୍ଟ ଜମିର ମୂଳ ମାଲିକ କୁସୁମ ପାଠକ ଓ ହରିଶ ପାଠକଙ୍କଠାରୁ ୮କୋଟିରେ କିଣିଥିଲା। ଏ କିଣାବିକା ନେଇ ୨୦୧୯ ସେପ୍ଟେମ୍ବରରେ ପାଠକ ଦ୍ବୟ ଓ ଅନ୍ୟ ୯ଜଣଙ୍କ ସହିତ ଚୁକ୍ତି ହୋଇଥିଲା। ମେ’ ୧୧ରେ ୬୯୫.୬୭୮ ବର୍ଗ ମିଟର ପରିମିତ ଜମିର ଏକ ଅଂଶକୁ କୌଶଲ୍ୟା ଭବନର ଯଶୋଦା ନନ୍ଦନ ତ୍ରିପାଠୀ ଓ କିଶୋର ତ୍ରିପାଠୀ ଟ୍ରଷ୍ଟକୁ ଦାନ କରିଥିଲେ। ଜମିର କିଣାବିକାରେ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ର ଓ ଅଯୋଧ୍ୟା ମେୟର ଋଷିକେଶ ଉପାଧ୍ୟାୟ ସାକ୍ଷୀ ରହିଥିଲେ। ଜଣେ ରାଜସ୍ୱ ଅଧିକାରୀଙ୍କ ସୂଚନାନୁସାରେ ସରକାର କୌଣସି ଜମି କିଣିବା କ୍ଷେତ୍ରରେ ସହରାଞ୍ଚଳରେ ସର୍କଲ ଦାମରୁ ୨ ଗୁଣା ଓ ଗ୍ରାମାଞ୍ଚଳରେ ୪ ଗୁଣାରୁ ଅଧିକ କ୍ଷତିପୂରଣ ଦିଆଯାଇପାରିବ ନାହିଁ; କିନ୍ତୁ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ଅଯୋଧ୍ୟାରେ କିଣା ଯାଇଥିବା ଜମିର ସର୍କଲ ମୂଲ୍ୟ ୩ ଗୁଣାରୁ ଅଧିକ। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏଥିସହିତ ଏକାଦିନରେ ଜମିର ଭିନ୍ନ ଅଂଶକୁ ଅଲଗା କିଣାଯିବା ଓ ଅଲଗା ମୂଲ୍ୟ ଦିଆଯିବା ହିଁ ସନ୍ଦେହ ସୃଷ୍ଟି କରିଛି। ପୁନଶ୍ଚ ଜମିର ମାଲିକଙ୍କଠାରୁ ପ୍ରଥମେ ଦଲାଲ ମାଧ୍ୟମରେ କିରାଯିବା ଓ ପରେ ସିଧାସଳଖ କିରାଯିବା ମଧ୍ୟ ସନ୍ଦେହର କାରଣ ହୋଇଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଜମି କ୍ରୟରେ କୌଣସି ଦୁର୍ନୀତି ହୋଇ ନ ଥିବା ଏବଂ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା କୁହାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories