www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନକୁ ବିଶ୍ବାସ କର ନାହିଁ

ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନଙ୍କ ସହିତ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା କାଳରେ ଅଷ୍ଟିନଙ୍କୁ ରାଜନାଥ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଓ ବୈଷୟିକ ଜ୍ଞାନକୌଶଳ ଯୋଗାଣ କ୍ଷେତ୍ରରେ ପାକିସ୍ତାନକୁ ଆଦୌ ବିଶ୍ବାସ କରାଯିବା ଉଚିତ୍ ନୁହେଁ। ପାକିସ୍ତାନକୁ ଯଦି ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଏ ତେବେ ଏହାର ଦୁରୁପଯୋଗ ହେବ। ଯଦ୍ଦ୍ବାରା ଆଞ୍ଚଳିକ ସ୍ତରରେ ଅସ୍ଥିରତା ସୃଷ୍ଟି ହେବ। ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ କଥାବାର୍ତ୍ତାରେ ଚୀନ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ସାମିଲ ହୋଇଥିଲେ। ଭାରତର ଆଞ୍ଚଳିକ ସୁରକ୍ଷା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ। ଅଷ୍ଟିନ ରବିବାର ଓ ସୋମବାର ଦୁଇଦିନ ପାଇଁ ଭାରତ ଗସ୍ତରେ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବାକୁ ଥିବାବେଳେ ଏହା ପୂର୍ବରୁ ଅଷ୍ଟିନ ଦ୍ବିପାକ୍ଷିକ କଥାବାର୍ତ୍ତା ଲାଗି ଭାରତ ଆସିଥିଲେ। ରାଜନାଥଙ୍କ ସହିତ କଥାବାର୍ତ୍ତା ପୂର୍ବରୁ ଅଷ୍ଟିନଙ୍କୁ ଭାରତୀୟ ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାୟୀ ମୋଦୀଙ୍କ ଆମେରିକା ଗସ୍ତ କାଳରେ ଜିଇ୪୧୪ ଜେଟ୍ ଇଞ୍ଜିନ ବୁଝାମଣା ଘୋଷଣା କରାଯିବ। ଏହି ବୁଝାମଣା ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ଜିଇ-୪୧୪ ଆଇଏନଏସ୍୬ ଇଞ୍ଜିନ ହାଲୁକା ଯୁଦ୍ଧବିମାନ ନିମନ୍ତେ ବେଶ ଉପଯୋଗୀ ହେବ। ୨୦୨୪ରେ ଏହି ଇଞ୍ଜିନ ଏରୋନେଟିକ୍ସ ଡେଭଲପମେଣ୍ଟ ଏଜେନ୍ସି ଦ୍ବାରା ନିର୍ମାଣ କରାଯିବ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories