www.samajalive.in
Sunday, December 14, 2025
26.1 C
Bhubaneswar

ରେଳସୁରକ୍ଷା ଆୟୁକ୍ତଙ୍କ ସ୍ଥିତି ଅନୁଧ୍ୟାନ

ବାହାନଗା : ବାଲେଶ୍ବର ଜିଲା ବାହାନଗା ଷ୍ଟେସନ ରେଳ ଦୁର୍ଘଟଣା ସ୍ଥଳରେ ମଙ୍ଗଳବାର ରେଳ ସୁରକ୍ଷା ଆୟୁକ୍ତ (ସେଫ୍ଟି କମିସନର) ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣା ଘଟିବାର ୬୦ ଘଣ୍ଟା ପରେ ସୁରକ୍ଷା ଆୟୁକ୍ତ ଶୈଲେଶ ପାଠକ ରବିବାର ସକାଳେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଥିଲେ। ଦକ୍ଷିଣ ପୂର୍ବ ରେଳ ଜୋନର ବରିଷ୍ଠ ପଦାଧିକାରୀଙ୍କ ସହ କଥା ହୋଇଥିଲେ। ସେ ଷ୍ଟେସନ ସିଗନାଲ ରୁମ, କଣ୍ଟ୍ରୋଲ ରୁମ ଆଦି ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। କମିଶନର ଶ୍ରୀ ପାଠକ କହିଥିଲେ, ସାଉଥ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ପ୍ରାରମ୍ଭିକ ତଦନ୍ତ ଚାଲିଛି। ମୋ ତରଫରୁ ମୁଁ ତଦନ୍ତ କରିବାକୁ ଆସିଛି। ତଦନ୍ତ ରିପୋର୍ଟ ହସ୍ତଗତ ହେଲେ ଜଣାଇ ଦିଆଯିବ। ସିଗନାଲ ସିଷ୍ଟମ ଫେଲ ହେବାରୁ ଦୁର୍ଘଟଣା ଘଟିଲା ବୋଲି ପ୍ରଶ୍ନ ପଚରା ଯିବାରୁ ଏହାକୁ ଏଡ଼ାଇଯାଇ କହିଥିଲେ, ଏ ସମ୍ପର୍କରେ ଏବେ କିଛି କହି ହେବନାହିଁ। ତଦନ୍ତ ପାଇଁ ସମୟ ଲାଗିବ ଓ ପରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଶ୍ରୀ ପାଠକ ସୂଚନା ଦେଇଥିଲେ। ରବିବାର ସନ୍ଧ୍ୟାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁମୋଦନ କରିଛନ୍ତି। ଘଟଣାର ତଦନ୍ତ ପରେ ଅଧିକ ତଦନ୍ତ ଜାରି ରହିଛି। ରବିବାର ରାତିରେ ଡାଉନ ଲାଇନରେ ଟ୍ରେନ ଚଳାଚଳ ଆରମ୍ଭ କରିଥିବାବେଳେ ମୃତାହତଙ୍କ ପାଇଁ କାନ୍ଦି ପକାଇ ରେଳଗାଡ଼ିକୁ ନମସ୍କାର କରି ଗାଡ଼ି ଚଳାଇବାକୁ ଆହ୍ୱାନ ଦେଇଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories