ମଙ୍ଗଳବାର ରାଶିଫଳ(୦୬.୦୬.୨୦୨୩)

ମେଷ : କର୍ମ ଓ କାର୍ଯ୍ୟକଳାପ ଆପଣଙ୍କ ଭାଗ୍ୟକୁ ନିୟନ୍ତ୍ରଣ କରିବ। ନିଜ ପ୍ରତି କଠୋର ଓ ଅନ୍ୟପ୍ରତି କୋମଳ ମନୋଭାବର ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଶୁଭକାର୍ଯ୍ୟ କରଣୀୟ। ଯଶସ୍ବୀ ହେବେ।

ବୃଷ : ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅନାଦର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସତର୍କତାର ଦିନ ଆଜି।

ମିଥୁନ : ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ପରୋପକାରୀ ଓ ସେବା ପ୍ରଦାନକାରୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବାଣିଜ୍ୟ କାରବାର ଲାଭଦାୟକ ହେବ। ଅହଂଭାବକୁ ବିସର୍ଜନ ଦେବେ।

କର୍କଟ : ସେବା ଲାଭଜନକ ହେଲେ ବି ସରକାର ଓ ଜନସାଧାରଣଙ୍କ ଆଦରର ପାତ୍ର ହେବେ। ଅଜାତ ଶତ୍ରୁ ହୋଇପାରନ୍ତି। ଭ୍ରାତୃବର୍ଗଙ୍କ ସହାୟତା ପାଇ ଋଣ ମୁକ୍ତ ହେବେ। ସଂଯମୀ ହେଲେ ବାହ୍ୟ ଖର୍ଚ୍ଚ ସୀମିତ ହେବ।

ସିଂହ : ଦାନ ନେବା ତୁଳନାରେ ଦାନ ଦେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ଜୀବନକୁ ଚଳଚଞ୍ଚଳ କରିପାରନ୍ତି। ସତ୍‌ପରାୟଣ ହେବେ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି।

କନ୍ୟା : ଉଦାର ସ୍ବଭାବସମ୍ପନ୍ନ ହୋଇ ପରିବାରରୂପୀ ସଂସ୍କାରଶାଳାକୁ ଉତ୍ତମ ରୂପେ ଅନୁଧ୍ୟାନ କରିବେ। ଦାନଧର୍ମକୁ ଜୀବନର ଶ୍ରେଷ୍ଠ ଧର୍ମଭାବେ ବିବେଚନା କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ।

ତୁଳା : ଈଶ୍ବରୀୟ ବିଭୁତି ପ୍ରାପ୍ତ ହୋଇପାରନ୍ତି। ମନରେ ପ୍ରସନ୍ନତା ଭାବ ଦେଖା ଦେଇପାରେ। ଭାଷାର ମାଧୁରିମା ଜନସମ୍ପର୍କ ବୃଦ୍ଧି କରିପାରେ। ପ୍ରେମୀ ଓ ସାହସୀ ହେବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସର୍ବତ୍ର ବିଜୟୀ ହେବେ।

ବିଛା : ମହା ପରାକ୍ରମଶାଳୀ ହୋଇ କର୍ମକ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିପାରନ୍ତି। ଉପରିସ୍ଥ କର୍ମକର୍ତ୍ତାଙ୍କର ବିଶ୍ବସନୀୟ ହେବେ। ଶାନ୍ତିପ୍ରିୟ ଓ ମଧୁରଭାଷୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ।

ଧନୁ : ପାରିବାରିକ ସ୍ତରରେ ଓ ଆଗନ୍ତୁକ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଜ୍ଞାର ଉନ୍ମେଷ ପାଇଁ ପ୍ରାର୍ଥନାରତ ହେବେ। ଉତ୍ତମ ଖାଦ୍ୟ ଖାଇ ଶ୍ରୀଚନ୍ଦ୍ର ଭୋଗ ପାଳନ କରିପାରନ୍ତି।

ମକର : ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ପରକୁ ଆପଣାର କରିବାର କଳା ଆପଣଙ୍କ କଥାବାର୍ତ୍ତାରେ ରହିଛି। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ।

କୁମ୍ଭ : ମହାବୁଦ୍ଧି, ମହାବୀ​‌େ​‌ର୍ଯ୍ୟ,  ମହାଶକ୍ତି, ମହାଦ୍ୟୁତିସମ୍ପନ୍ନ ହୋଇପାରନ୍ତି। ଆଜି ଏପରି ଗୋଟିଏ ଦିନ ଯାହାକି ମୁଠାଏ ମାଟି ଧରିଲେ ତାହା ସୁନା ପାଲଟିଯିବ। ସେହି ସୁନାକୁ ଦାନ କଲେ ଘାତଚନ୍ଦ୍ରରୁ ନିସ୍ତାର ମିଳିବ।

ମୀନ : ଧ୍ୟାନଦୀପ ଓ ଜ୍ଞାନଦୀପର ଉଳ ଆଲୋକ ଆପଣଙ୍କ ଅଜ୍ଞାନରୂପୀ ଅନ୍ଧକାରକୁ ଆଲୋକିତ କରିପାରେ। ଦୟାଳୁ ସ୍ବଭାବର ହେବେ। ପରର ଶୁଭକାମନା ଆପଣଙ୍କ ପାଇଁ ଏକ ମନୋବାଞ୍ଛିତ କାର୍ଯ୍ୟ ହେବ।

Comments are closed.