ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ ଓ ଅଶ୍ୱିନୀ
ଡେସ୍କ: ନିର୍ଦ୍ୱନ୍ଦରେ ରାଜ୍ୟସଭାକୁ ଓଡିଶାରୁ ନିର୍ବାଚିତ ହୋଇଛନ୍ତି ୩ ପ୍ରାର୍ଥୀ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନରେ ବିଧାନସଭା ରିଟର୍ଣ୍ଣିଂ ଅଫିସର ଏହି ବିଷୟ ଘୋଷଣା କରିବା ସହ ବିଜୟୀ ପ୍ରାର୍ଥୀମାନଙ୍କୁ ବିଜୟ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟସଭା ଲାଗି ଓଡିଶାରୁ ବିଜେଡିର ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ଓ ବିଜେପିର ପ୍ରାର୍ଥୀ ଭାବରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିଜେପି ପ୍ରାର୍ଥୀଙ୍କୁ ବିଜେଡି ମଧ୍ୟ ସମର୍ଥନ କରିଥିଲା।
ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଦେବାଶିଷ, ଶୁଭାଶିଷ ଓ ଅଶ୍ୱିନୀ pic.twitter.com/8j0fkYMWCq
— Samaja Live (@samajalive) February 20, 2024
ରାଜ୍ୟସଭା ପାଇଁ ଆଉ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ଏହି ୩ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି। ୩ଟି ଆସନ ପାଇଁ ୩ ଜଣ ଆବେଦନ କରିଥିବାରୁ ସେମାନେ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ସଂଖ୍ୟା ଗରିଷ୍ଠତା ଥିବାରୁ ୩ ପ୍ରାର୍ଥୀ ବିନା ଭୋଟିଂରେ ରାଜ୍ୟସଭାକୁ ଯାଇଛନ୍ତି।
Comments are closed.