www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟସଭାରେ କେନ୍ଦ୍ର ବଜେଟ, ବେକାରୀ ଓ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଲା କଂଗ୍ରେସ

ଡେସ୍କ: ରାଜ୍ୟସଭାରେ କେନ୍ଦ୍ର ବଜେଟ ଉପରେ ଆଲୋଚନା ଚାଲିଛି। କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ୨୦୨୪-୨୫ ଆର୍ଥିକ ବର୍ଷ ର ବଜେଟ୍ ଉପରେ ମଧ୍ୟ ଗୃହରେ ଆଲୋଚନା ଚାଲିଛି। ଆଲୋଚନା ବେଳେ କଂଗ୍ରେସର ପି ଚିଦାମ୍ବରମ ବେକାରୀ ଓ ମୁଦ୍ରାସ୍ଫୀତି ପ୍ରସଙ୍ଗ ଉଠାଇଥିଲେ। ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା ବୋଲି ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ଦେଶରେ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିନାହିଁ। ଶ୍ରୀ ଚିଦାମ୍ବରମ କହିଛନ୍ତି ଯେ ମୁଦ୍ରାସ୍ଫୀତି ବାସ୍ତବ ସଂଖ୍ୟା ଠାରୁ ବହୁତ ଅଧିକ। କେନ୍ଦ୍ର ବଜେଟରେ ସେ କିଛି ରାଜ୍ୟ ବିରୋଧରେ ଭେଦଭାବ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଚଳିତ ବର୍ଷ ବଜେଟରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ଅତିରିକ୍ତ ପାଣ୍ଠି ଦିଆଯାଇଛି। ଅଗ୍ନିପଥ ଯୋଜନାକୁ ରଦ୍ଦ କରିବା ସହ ନିଟ୍ ପରୀକ୍ଷାକୁ ବାତିଲ କରିବାକୁ ସେ ଦାବି କରିଛନ୍ତି।

ବିଜେପିର ରାଧନ ମୋହନ ଦାସ ଅଗ୍ରୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷର ଉପଲବ୍ଧି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସରକାରଙ୍କ ଜନଧନ ଯୋଜନା ଦେଶର କୋଟି କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିଛି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳର ୧୪ କୋଟିରୁ ଅଧିକ ପରିବାରକୁ ଟ୍ୟାପ୍ ପାଣି ଯୋଗାଇ ଦିଆଯାଇଛି। ସେ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ୮ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ସହିତ ଦେଶରେ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୟୁପିଏ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ୨୦୧୨-୧୩ରେ ବିତ୍ତୀୟ ନିଅଣ୍ଟ ୧୦ ପ୍ରତିଶତରୁ ଅଧିକ ଥିବା ବେଳେ ଏବେ ତାହା ପ୍ରାୟ ୫ ପ୍ରତିଶତକୁ ଖସି ଆସିଛି। ସେ କହିଛନ୍ତି ଯେ ବର୍ତ୍ତମାନର ସରକାରଙ୍କ ଅମଳରେ ମୁଣ୍ଡପିଛା ଆୟ ମଧ୍ୟ ବୃଦ୍ଧି ପାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories