www.samajalive.in
Saturday, December 6, 2025
14.1 C
Bhubaneswar

ମୃଦୁ ପାନୀୟ ଗୋଦାମରେ ଆୟକର ଚଢାଉ

ଜି.ଉଦୟଗିରି: ରାଜ୍ୟ ଆୟକର ବିଭାଗ କମିଶନରଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଜୋନ ଡେପୁଟି ଇନକମ ଟ୍ୟାକ୍ସ ତଥା ଜିଏସଟି ଏନଫୋର୍ସମେଣ୍ଟ କମିଶନର ତପନ ବିମଲଙ୍କ ନେତୃତ୍ବରେ ଏକ ୧୦ ଜଣିଆ ଟିମ୍‌ ବୁଧବାର ଜି.ଉଦୟଗିରିର ମୃଦୁ ପାନୀୟ ଗୋଦାମରେ ଚଢ଼ାଉ କରିଛନ୍ତି। ଜୈନିକ ବ୍ୟବସାୟୀଙ୍କ ବନ୍ଧଛକ ସ୍ଥିତ ଗୋଦାମ ସମେତ ଏକ କାଳୀନ ୮ଟି ଗୋଦାମରେ ଅତର୍କିତ ଚଢାଉ କରାଯାଇଛି। ଗୋଦାମଗୁଡିକରେ ଚଢାଉ କରି ଷ୍ଟକ ଥିବା ମୃଦୁ ପାନୀୟର ମାନ ଓ ବୈଧତା ଯାଞ୍ଚ କରିବା ସହ ଗଣନା ମଧ୍ୟ କରିଥିବା ଜଣାପଡିଛି। ମୃଦୁ ପାନୀୟର ବୈଧତା ଓ ଟିକସରେ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଏହି ଚଢାଉ ହୋଇଥିବା ଜଣାପଡିଛି। ଏଥିରେ ଡେପୁଟି କମିଶନରଙ୍କ ସମେତ ୪ ଜଣ ଆୟକର ବିଭାଗ କର୍ମଚାରୀ ଓ ୫ ଜଣ ପୁଲିସ କର୍ମଚାରୀ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories