www.samajalive.in
Friday, December 5, 2025
17.1 C
Bhubaneswar

ଗାନ୍ଧି ଜୟନ୍ତୀରେ ବନ୍ଦୀଙ୍କୁ ଦିଅ ମୁକ୍ତି

ଭୁବନେଶ୍ୱର : ଓଡ଼ିଶାରେ କେତେ ବନ୍ଦୀ କେଉଁ କାରାଗାରରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେଉଁ ବର୍ଗର କେତେଜଣ ୫୦ ପ୍ରତିଶତରୁ ଅଧିକ ସମୟ ଅତିବାହିତ କରି ସାରିଲେଣି ସେନେଇ ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି। ଏନେଇ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ ଆସନ୍ତା ଅକ୍ଟୋବର ୨ତାରିଖରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପଡୁଥିବାରୁ ଏହାକୁ କେନ୍ଦ୍ର ସରକାର ପାଳନ କରିବେ। ଏହି ଦିବସରେ ଦେଶର ବିଭିନ୍ନ ଜେଲରେ ଥିବା ବନ୍ଦୀମାନଙ୍କ ମଧ୍ୟରୁ କେତେକ ବର୍ଗର ବନ୍ଦୀଙ୍କୁ ମୁକ୍ତି କରିବାପାଇଁ କେନ୍ଦ୍ର
ସରକାର ନିକଟରେ କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଉକ୍ତଦିନ ବନ୍ଦୀମାନଙ୍କୁ ମୁକ୍ତି ଦିଆଗଲେ ଏହା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ତେବେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାକୁ ଅନୁସରଣ କରି ରାଜ୍ୟ ଗୃହ ବିଭାଗ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯିବା ସହିତ ଏଥିପାଇଁ ସରକାରଙ୍କ ଅନୁମୋଦନ ଆବଶ୍ୟକ। ବନ୍ଦୀମାନେ କାରଗାରରୁ ମୁକୁଳିବା ସମୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରି ସେମାନଙ୍କୁ ମହାତ୍ମା ଗାନ୍ଧିଙ୍କ ଜୀବନ ଦର୍ଶନ ଶିକ୍ଷା ପୁସ୍ତିକା ଉପହାର ଦେଇ ସମାଜର ସେବାରେ ବ୍ରତୀ ହେବାପାଇଁ ଅନୁପ୍ରାଣିତ କରାଯିବା ଉଚିତ୍‍। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ଚଳିତବର୍ଷ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀ ଏବଂ ୨୦୧୯ ଏପ୍ରିଲ ୬ତାରିଖ ଦାଣ୍ଡି ଯାତ୍ରା ଉପଲକ୍ଷେ ଉକ୍ତଦିନ ବନ୍ଦୀମାନଙ୍କୁ ସ୍ୱତନ୍ତ୍ର ଯୋଜନାରେ ମୁକ୍ତି ଦେବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ସିଂହ ପତ୍ରରେ ଉଲ୍ଲେଖ କରିଛନ୍ତି।
ଶ୍ରୀ ସିଂହ ଦର୍ଶାଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ହୋଇଛି। ଯେଉଁ ମହିଳା ଓ କିନ୍ନର ବନ୍ଦୀମାନଙ୍କ ବୟସ ୫୫ବର୍ଷରୁ ଅଧିକ ହୋଇଥିବ ଏବଂ ସେମାନେ ଭୋଗୁଥିବା ଦଣ୍ଡର ଅର୍ଦ୍ଧାଧିକ ସମୟ କାଟିଥିବେ ସେମାନଙ୍କୁ ମୁକ୍ତି ଦିଆଯିବ। ସେହିପରି ୬୦ତଥା ତଦୂଦ୍ଧ୍ୱର୍ ବୟସ୍କ ପୁରୁଷଙ୍କୁ ଏହି ତାଲିକାରେ ସାମିଲ କରାଯାଇଥିବାବେଳେ ୭୦ ପ୍ରତିଶତ ଭିନ୍ନକ୍ଷମଙ୍କୁ ଏହି ମୁକ୍ତି ପ୍ରଦାନ କରାଯିବ। ତେବେ ଏହି ସ୍ୱତନ୍ତ୍ର ଯୋଜନାରେ ମୃତ୍ୟୁଦଣ୍ଡ ଅପରାଧୀ, ଆଜୀବନ ଦଣ୍ଡ ଅପରାଧୀ, ଯୌତୁକ ଜନିତ ମୃତ୍ୟୁ, ଧର୍ଷଣ, ମାନବଚାଲାଣକାରୀଙ୍କ ଭଳି ଅପରାଧୀଙ୍କୁ ନିଆଯିବ ନାହିଁ। ଏହାବାଦ୍‍ ପୋଟା, ୟୁଏପିଏ, ଟାଡା, ଏଫ୍‍ଆଇସିଏନ୍‍, ପୋକ୍‍ସୋ, ପିଏମ୍‍ଏଇଏ, ଏନ୍‍ଡିପିସି ଏବଂ ଦୁର୍ନୀତି ନିବାରଣ ଆଇନ ବଳରେ ଯେଉଁମାନେ ସଜା ଭୋଗୁଥିବେ ସେମାନଙ୍କୁ ଏହି ସ୍ୱତନ୍ତ୍ର ଯୋଜନାରେ ସାମିଲ କରାଯାଇ ପାରିବ ନାହିଁ। ସେହିପରି ଯେଉଁ ବିଦେଶୀ ନାଗରିକମାନେ ଭାରତରେ ସଜା କାଟୁଛନ୍ତି ସେମାନଙ୍କ ସମ୍ପର୍କରେ ବିଦେଶ ମନ୍ତ୍ରାଳୟର ମତାମତ ପରେ ମୁକ୍ତି ପ୍ରଦାନ କରାଯାଇ ପାରିବ ବୋଲି ଶ୍ରୀ ସିଂହ ଦର୍ଶାଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories