www.samajalive.in
Wednesday, December 10, 2025
15.1 C
Bhubaneswar

ରାଜୀବଗାନ୍ଧିଙ୍କ ଜୟନ୍ତୀରେ ଯୁବ କଂଗ୍ରେସର ଚାରା ବଂଟନ

ଫୁଲବାଣୀ : ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ଆଜି ଜୟନ୍ତୀ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚାରା ରୋପଣ ଓ ଚାରା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁବ କଂଗ୍ରେସର ଜିଲ୍ଲା ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ କଂଗ୍ରେସ ଓ ଯୁବ କଂଗ୍ରେସର ବହୁ କର୍ମକର୍ତା ସହରର କୋର୍ଟ ଛକ ନିକଟରେ ବିଭିନ୍ନ କିଶମର ଚାରା ରୋପଣ କରିଥିଲେ। ପରେ ଜଗନ୍ନାଥ ମନ୍ଦିର ଛକ ଠାରେ ଲୋକଙ୍କ ମଧ୍ୟରେ ଚାରା ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଯୁବ କଂଗ୍ରେସର ଜିଲ୍ଲା ସଭାପତି ନନ୍ଦ କିଶୋର ଦାସ, ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ରବିନ୍ଦ୍ର ଷଡଙ୍ଗି, ସୂର୍ଯ୍ୟକାନ୍ତ ଦାସ, ସଂସାର ଭୋଇ, ସାଇବାଣି କହଁର, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନଗର ସଭାପତି ବିଜୟ ମହାନ୍ତି, ଦୁର୍ଯ୍ୟଧନ ପଟ୍ଟନାୟକ, ଭିକାରୀ ପାଣିଗ୍ରାହୀ, ଟୁଲୁ ପଟ୍ଟନାୟକ, ଶ୍ରମିକ ନେତା ଘନ ଶବର, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା,ଏମଡି ସତର ଓ ଯୁବନେତା ବଳଦେବ ବେହେରା , ଗୌରଚନ୍ଦ୍ର ବେହେରା ଶିବ ଶଙ୍କର ବେହେରା , ସଂଜୟ ଭଂଜ ଏବଂ ଟିକାବାଲି ର ଚନ୍ଦନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ କଂଗ୍ରେସ ପକ୍ଷରୁ ନେତାଜୀ କ୍ଳବ ଠାରେ ୭୬ତମ ଜନ୍ମ ଜୟନ୍ତି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଫୁଲବାଣୀର ୩ ଜଣ ମେଧାବି ଛାତ୍ରଛାତ୍ରୀ ଦେବଳୀନା ପ୍ରିୟଦର୍ଶନୀ(ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ),ଆନିକେତ ପଟନାୟକ(ଜବାହାର ନବୋଦୟ ବିଦ୍ୟାଳୟ) ଓ ବ୍ରାଇଟ୍‍ ଦିଗାଲଙ୍କୁ ଉତ୍ତରୀୟ ସହିତ ପୁରସ୍କର ପ୍ରଦାନ କରାଯାଇଥିଲା। ଏଥିରେ କଂଗ୍ରେସର ବହୁ କର୍ମକର୍ତ୍ତା ମାନେ ସାମିଲ୍‍ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories