www.samajalive.in
Monday, December 15, 2025
26.1 C
Bhubaneswar

ହାଇକୋର୍ଟରୁ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଲା, ସିବିଆଇ ପ୍ରତିଦିନ ନେବ ହାଜିରା

କୋଲକତା .- କୋଲକତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କୁ କୋଲକତା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ରାଜୀବଙ୍କ ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି। ଏବେ ତାଙ୍କୁ ସିବିଆଇ ଆଗରେ ହାଜିରା ହେବାକୁ ପଡିବା ନାହିଁ । ହେଲେ ତାଙ୍କୁ ତାଙ୍କର ପାସପୋର୍ଟ ଜମା କରିବାକୁ ପଡିବ । ରାଜୀବ କୁମାର କୋଲକତା ବାହାରକୁ ଯାଇ ପାରିବେ ନାହିଁ । ସିବିଆଇର ଅଧିକାରୀ ପ୍ରତିଦିନ ୪ ବେଳେ ରାଜୀଙ୍କର ହାଜିରା ନେବା ପାଇଁ ତାଙ୍କ ବାସଭବନକୁ ଯିବେ ।
ଶାରଦା ଚିଟଫଣ୍ଡମାମଲାରେ ରାଜୀବ କୁମାର ଯାଞ୍ଚ କରୁଥିବା ବେଳେ ବିଭିନ୍ନ ତଥ୍ୟକୁ ଲୁଚାଇ ରଖିବା ସହ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ରାଜୀବ କୁମାର କୋଲକାତା ହାଇକୋର୍ଟରେ ସିବିଆଇ ତାଙ୍କୁ ହାଜିରା ହେବାପାଇଁ କରିଥିବା ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । କୋଲକତା ହାଇକୋର୍ଟ ରାଜୀବଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ନିର୍ଦେଶ ଦେବା ସହ ସିବିଆଇକୁ ତଦନ୍ତରେ ସାହାଯ୍ୟ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହାକୁ ସେ ସ୍ୱୀକାର କରିବା ପରେ ତାଙ୍କର ଆବେଦନକୁ ଅଦାଲତ ଗ୍ରହଣ କରିଛନ୍ତି ।

ସୋମବାରରେ ରାଜୀବ କୁମାର ସିବିଆଇର ଅଧିକାରୀମାନଙ୍କୁ ଭେଟିବାର ଥିଲା । ହେଲେ ସେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚି ନଥିଲେ । ପୂର୍ବରୁ ତାଙ୍କୁ ପଚରା ଉଚରାକରିବାକୁ ଯ।ଇଥିବା ସିବିଆଇ ଅଧିକାରୀମାନଙ୍କୁ ପଶ୍ଟିମବଙ୍ଗ ପୁଲିସ ରୋକିବା ସହ ଥାନାକୁ ନେଇଥିଲା । ପରେ କେନ୍ଦ୍ରୀୟ ବଳ ସିବିଆଇ କାର୍ଯ୍ୟାଳୟକୁ ଜଗି ରହିଥିଲା । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories