www.samajalive.in
Monday, December 8, 2025
27.1 C
Bhubaneswar

ନିର୍ବାଚନ ପୋଷ୍ଟମର୍ଟମ : କଂଗ୍ରେସ ଖୋଜୁଛି ପରାଜୟର କାରଣ

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ନେଇ କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି । ପରାଜୟର କାରଣ ସମୀକ୍ଷା ପାଇଁ ଗୁରୁବାର ରାଜ୍ୟ କଂଗ୍ରେସର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ପରାଜୟର ପୋଷ୍ଟମର୍ଟମ କରାଯାଉଛି ।
ରାଜ୍ୟରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ରାଜ୍ୟରେ ୨୧ଟି ଲୋକସଭା ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ବିଧାନସଭାରେ ମାତ୍ର ୯ଟି ଆସନ ଜିତିଛି ।
ଦଳର ଅନେକ ବରିଷ୍ଠ ନେତା ପରାଜୟ ବରଣ କରିଛନ୍ତି । ଏପରିକି ଦଳର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨ଟି ଆସନରୁ ମଧ୍ୟ ପରାଜିତ ହୋଇଛନ୍ତି । ଏହାସହ କଂଗ୍ରେସର ଭୋଟ ହାର ମଧ୍ୟ ହ୍ରାସ ପାଇଛି । ଦଳ ଅନେକ ସ୍ଥାନରେ ତୃତୀୟ ସ୍ଥାନକୁ ଖସିଆସିଛି । ଦଳର ପରାଜୟ ନେଇ ବୈଠକରେ ଆଲୋଚନା ହୋଇଛି । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିରଂଜନ ପଟ୍ଟନାୟକ, ନରସିଂହ ମିଶ୍ର ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି ।
ନିର୍ବାଚନ ଜିତିଥିବା ସମସ୍ତ ବିଧାୟକ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଦଳୟ ଅଧ୍ୟକ୍ଷ ପଦରୁ ଇସ୍ତଫା ନ ଦେବା ପାଇଁ ଅନୁରୋଧ କରି ଏକ ପ୍ରସ୍ତାବ ପଠାଯିବ । ସେହିପରି ନରସିଂହ ମିଶ୍ରଙ୍କୁ ବିଧାୟକ ଦଳ ନେତା ଏବଂ ତାରା ପ୍ରସାଦ ବାହିନୀପତିଙ୍କୁ ମୁଖ୍ୟସଚେତକ କରିବାକୁ ସମସ୍ତେ ମତ ଦେଇଛନ୍ତି ବୋଲି ସେ କହିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories