www.samajalive.in
Saturday, December 6, 2025
19.1 C
Bhubaneswar

‘ଅପରେସନ ଗଜରାଜ’; ଲକ୍ଷାଧିକ ଟଙ୍କାର ଧଳାଜହର ଜବତ, ୭ ଗିରଫ

ରାଜଗାଙ୍ଗପୁର : ଦୀର୍ଘ ଦିନ ଧରି ସହର ଏବଂ ଆଖପାଖ ଅଞ୍ଚଳରେ କାୟା ବିସ୍ତାର କରିଥିବା ଧଳାଜହର କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ପୁଲିସ ଆରମ୍ଭ କରିଛି ଅପରେସନ ଗଜରାଜ।
ଏହି କ୍ରମରେ ଗତକାଲି ଅପରାହ୍ନରେ ରାଜଗାଙ୍ଗପୁର ଘୋଘଡ଼ ରାସ୍ତାରେ ଧଳାଜହର କାରବାରର ଏକ ଗୁପ୍ତ ସୂଚନା ପାଇ ରାଜଗାଙ୍ଗପୁର ଏସଡିପିଓ ବିଭୂତି ଭୂଷଣ ଭୋଇଙ୍କ ନିର୍ଦେଶରେ ଆଇଆଇସି ବିଜୟ କୁମାର ଦାସ ଏକ ଟିମ ତିଆରୀ କରି ଉକ୍ତ ଅଂଚଳରେ ଚଢାଉ କରିଥିଲେ। ଏହି ଚଡାଉ ସମୟରେ ଧଳାଜହର କାରବାରରେ ଲିପ୍ତ ସାତଜଣକୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୨୭.୨୫ ଗ୍ରାମ ଧଳାଜହର ୨୯ ଶହ ଟଙ୍କା, ୨ଟି ବାଇକ ୧ ସ୍କୁଟର ଜବତ କରିଛନ୍ତି। ଧଳାଜହରର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ପୁଲିସ ସୂଚନା ଦେଇଥିବା ବେଳେ ଏହି ଅପରେସନ ଆଗକୁ ଜାରି ରହିବ ବୋଲି ଗଣମାଧ୍ୟମକୁ ଏସଡିପିଓ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି।

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

କମିଲା ଗ୍ୟାସ୍‌ ସିଲିଣ୍ଡର.. ପେନ୍‌ସନ୍‌ ଠାରୁ ଆରମ୍ଭ କରି ବଦଳିଲା କେଡ୍ରିଡ୍‌ କାର୍ଡ ପର୍ଯ୍ୟନ୍ତ ଏସବୁ ନିୟମ

- Advertisement -

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories