www.samajalive.in
Saturday, December 6, 2025
19.1 C
Bhubaneswar

ରାଜସ୍ଥାନରେ ନୂଆ ଆଇନ: ମାସ୍କ ପିନ୍ଧିବା ବାଧ୍ୟମୂଳକ

ଜୟପୁର : ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ କରୋନା ମୁକାବିଲା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଆଇନ ପ୍ରଣୟନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା ପାଇଁ ତାଙ୍କ ସରକାର ବିଧାନସଭାରେ ଏକ ବିଧେୟକ ଆଗତ କରିବେ। କରୋନା ମୁକାବିଲା ପାଇଁ ମାସ୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଆଇନ୍‌ ଦ୍ବାରା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଏହାର ଅବମାନନା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଆଇନରେ ରଖାଯାଇଛି। ଏଥିରେ ମାସ୍କ ପରିଧାନ ସହ ପ୍ରତିଷେଧକ ଟିକା ଆସିବା ପର୍ଯ୍ୟନ୍ତ ହାତ ଧୋଇବା ଓ ସାମାଜିକ ଦୂରତା ନିୟମ ପାଳନକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନରେ ‘ନୋ ମାସ୍କ-ନୋ ଏଣ୍ଟ୍ରି’ର ଲାଗୁ ହୋଇଥିଲା।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories