ଟ୍ରମ୍ପଙ୍କ ବିଜୟ ସପକ୍ଷରେ ଭବିଷ୍ୟବାଣୀ
ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁନଃ ନିର୍ବାଚିତ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି ଜଣେ ଭାରତୀୟ ଜ୍ୟୋତିଷ। ଟ୍ରମ୍ପଙ୍କ ସପକ୍ଷରେ ବୃହସ୍ପତି ଓ ଦଶମ ଘରେ ରବି ଅବସ୍ଥାନ କରୁଥିବାରୁ ତାଙ୍କ ବିଜୟ ସମ୍ଭାବନା ଅଧିକ ଏବଂ ସେ ପ୍ରାୟ ୪ ଲକ୍ଷ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ସେ କହିଛନ୍ତି। ଏହା ସତ୍ତ୍ବେ ଟ୍ରମ୍ପଙ୍କ ବିରୋଧରେ ଭୋଟ ଜାଲିଆତିର ଅଭିଯୋଗ ଆସିବ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି। ନଭେମ୍ବର ୩ରେ (ଆସନ୍ତା କାଲି) ଏହି ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବାର ଥିବାରୁ ସମ୍ପୃକ୍ତ ଜ୍ୟୋତିଷଙ୍କ ନାମ ପ୍ରକାଶ କରାଯାଇ ନାହିଁ।
Comments are closed.