www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭା ନ ଡ଼ାକିବାକୁ ରାଜ୍ୟପାଳଙ୍କ ଉପରେ ‘ଉପରୁ ଚାପ’: ଗେହଲଟ

ଜୟପୁର : ଆମେ ବିଧାନସଭା ଡ଼ାକିବାକୁ ଚାହୁଁଛୁ, ମାତ୍ର ରାଜ୍ୟପାଳ ବିଧାନସଭା ଡ଼ାକୁନାହାନ୍ତି । ତାଙ୍କ ଉପରେ ଉପରୁ ଚାପ ଯୋଗୁଁ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଏଡ଼ାଇ ଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜସ୍ଥାନ ରାଜ୍ୟପାଳ ଅଶୋକ ଗେହଲଟ।

ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଗେହଲଟ କହିଛନ୍ତି ଯେ କ୍ୟାବିନେଟର ନିଷ୍ପତ୍ତି ପରେ ଆମେ ରାଜ୍ୟପାଳଙ୍କୁ ଏକ ଚିଠି ଲେଖିଛୁ । କରୋନା ଓ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଆଲୋଚନା କରିବା ପାଇଁ ଆମେ ବିଧାନସଭା ଅଧିବେଶନ ଡକାଯାଉ ବୋଲି ଚାହୁଁଛୁ । ବିଧାନସଭାରେ ଆମର ସଂଖ୍ୟା ପ୍ରମାଣ କରିବାକୁ ଆମେ ଆଦୌ ପଛଘୁଞ୍ଚା ଦେଉନାହୁଁ, ବିରୋଧୀମାନେ ମଧ୍ୟ ଏଥିପାଇଁ ଦାବି କରିଥିଲେ । ମାତ୍ର ରାଜ୍ୟପାଳ ବିଧାନସଭା ଡ଼ାକିବାକୁ ଚାହୁଁ ନାହାନ୍ତି । ସମ୍ଭବତଃ ତାଙ୍କ ଉପରେ ଉପରୁ ଚାପ ରହୁଛି । ଆଜି ରାଜ୍ୟପାଳଙ୍କ ସହ ଫୋନରେ ମୁଁ ବିଧାନସଭା ଡ଼ାକିବାକୁ କଥା ହୋଇଛି । ସୋମବାରଠାରୁ ବିଧାନସଭା ଅଧିବେଶନ ନିମନ୍ତେ ପ୍ରସ୍ତାବ ଦେଇଛି । ଆମର ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ଅଛି, ତେଣୁ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ସେମାନେ (?) ବଡ଼ ଚିନ୍ତିତ ଅଛନ୍ତି ବୋଲି ଗେହଲଟ କହିଛନ୍ତି ।

- Advertisement -

ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ମତଭେଦ ଥିବାରୁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।  ବାଚସ୍ପତି ସି ପି ଯୋଶୀ ପାଇଲଟ ଏବଂ ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟତା ବିରୋଧୀ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିଥିଲେ। ବିଧାୟକମାନଙ୍କୁ ଜୁଲାଇ ୧୭ ରେ ବିଧାନସଭା ବାଚସ୍ପତିଙ୍କ ନିକଟରେ ସେମାନଙ୍କ ପକ୍ଷ ରଖିବାକୁ  କୁହାଯାଇଥିଲା, କିନ୍ତୁ ହାଇକୋର୍ଟରେ ଶୁଣାଣିକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି। ପାଇଲଟ୍ ଏବଂ ୧୮ ଜଣ ବିଧାୟକ ସେମାନଙ୍କ ବିରୋଧରେ ଜାରି ହୋଇଥିବା ଅଯୋଗ୍ୟ ଘୋଷଣା ବିରୋଧରେ ରାଜସ୍ଥାନ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories