www.samajalive.in
Saturday, December 6, 2025
14.1 C
Bhubaneswar

ରାଜସ୍ଥାନ : ବିଧାନସଭା ଅଧିବେଶନ ଡାକିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଜୟପୁର : ରାଜସ୍ଥାନରେ ଚାଲିଥିବା ରାଜନୈତିକ ହଟଚମଟ ମଧ୍ୟରେ ରାଜ୍ୟପାଳ କାଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବାକୁ ରାଜି ହୋଇଛନ୍ତି। ସୂଚନାଅନୁସାରେ, ରାଜ୍ୟପାଳ କଲରାଜ ମିଶ୍ର ସୋମବାର ଅପରାହ୍ନରେ  ରାଜ୍ୟ କ୍ୟାବିନେଟର ଦାବିକୁ ଗ୍ରହଣ କରି ବିଧାନସଭା ଅଧିବେଶନ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିକଟରେ ରାଜ୍ୟପାଳଙ୍କ ‘ଆଚରଣ’ ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିବା କହିଥିଲେ।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଧାନସଭା ଅଧିବେଶନ ଡାକିବାରେ ଜାଣିଶୁଣି ବିଳମ୍ବ କରୁଥିବା ଅଭିଯୋଗକୁ ରାଜ୍ୟପାଳ ଖଣ୍ଡନ କରିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କାଲରାଜ ମିଶ୍ରଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ରାଜ୍ୟପାଳ ବିଧାନସଭା ବୈଠକ ଡାକିବାରେ ବିଳମ୍ବ କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆସ୍ଥା ଭୋଟକୁ ଗଡାଇ ଚାଲିଛନ୍ତି।

- Advertisement -

ରାଜଭବନ ସୂତ୍ରରୁ ପ୍ରକାଶ ଯେ ରାଜ୍ୟପାଳ ତିନିଟି ପ୍ରସଙ୍ଗକୁ ନେଇ ସଂଶୋଧିତ ପ୍ରସ୍ତାବ ପଠାଇବା ପାଇଁ  ସଂସଦୀୟ ବିଭାଗକୁ ପତ୍ର ଫେରାଇ ଦେଇଥିଲେ। ପରେ ବିଧାନସଭା ଅଧିବେଶନ ଡକାଇବା ପାଇଁ ରାଜ୍ୟ ସରକାର ସଂଶୋଧିତ ପତ୍ର ପଠାଇଛନ୍ତି। ଅଧିବେଶନକୁ ଡାକିବା ପୂର୍ବରୁ ଏକ ୨୧ ଦିନିଆ ବିଜ୍ଞପ୍ତି ଅବଧି, ସାମାଜିକ ଦୂରତା ନିୟମ ଏବଂ ଆସ୍ଥା ଭୋଟ୍ ଘୁଞ୍ଚିଲେ ଅନୁସରଣ କରିବାକୁ ଥିବା କେତେକ ସର୍ତ୍ତ ଅନ୍ତର୍ଭୂକ୍ତ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories