ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନଖଣ୍ଡ ଖଣ୍ଡହତା ରେଂଜ ପୁଇପାନ ଜଙ୍ଗଲରୁ ପଦାକୁ ଚାଲିଆସିଥିବା ଏକ କୁଟୁରା ଆଜି କୁକୁର କାମୁଡାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଉକ୍ତ କୁଟୁରାଟି ଅଣ୍ଡିରା ତଥା ତା’ର ଓଜନ ୧୪ କିଲୋ, ଉଚ୍ଚତା ୩ ଫୁଟ ଓ ଲମ୍ବ ୩ ଫୁଟ ବୋଲି ଜଣାପଡିଛି।
ସୂଚନା ମୁତାବକ, ଆଜି ଭାରପ୍ରାପ୍ତ କେନ୍ଦୁପତ୍ର ରେଂଜର ହେମନ୍ତ ମହାକୁର ଉକ୍ତ କୁଟୁରାଟିକୁ ଉଦ୍ଧାର କରି ବନବିଭାଗର ସୁବଳୟା ରେଂଜକୁ ହସ୍ତାନ୍ତର କରିଥିଲେ। କୁଟୁରାଟିକୁ ଚିକିତ୍ସା ପାଇଁ ସୁବଳୟା ରେଂଜ ଅଫିସକୁ ଅଣାଯାଉଥିବାବେଳେ ବାଟରେ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା କୁଟୁରାର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ଉକ୍ତ ଶବକୁ ମାଟି ତଳେ ପୋତି ଦିଆଯାଇଥିଲା। ବନବିଭାଗ ରେଂଜର ଅବିନାଶ ବରିହା, ଫରେଷ୍ଟର ସୁନୀଲ ତରିଆ, ବନରକ୍ଷୀ ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ।



