www.samajalive.in
Monday, December 15, 2025
26.1 C
Bhubaneswar

ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମା ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ରଜନୀକାନ୍ତଙ୍କୁ ୫୧ତମ ଦାଦା ସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି।

ଦାଦା ସାହେବ ଫାଲକେ ପୁରସ୍କାର ଭାରତୀୟ ସିନେମା ଜଗତର ସବୁଠୁ ପ୍ରତିଷ୍ଠିତ ପୁରସ୍କାର ଭାବେ ଜଣାଯାଏ। କରୋନା ମହାମାରୀ ଯୋଗୁ ଚଳିତ ଥର ସମସ୍ତ ପୁରସ୍କାର ଘୋଷଣା ବିଳମ୍ବରେ କରାଯାଇଛି। ନିକଟରେ ନ୍ୟାଶନାଲ ଆୱାର୍ଡ ନେଇ ମଧ୍ୟ ଘୋଷଣା କରାଯାଇଥିଲା।

- Advertisement -

ରଜନୀକାନ୍ତଙ୍କ ପିଲାଦିନ ବହୁ ଦୁଃଖକଷ୍ଟରେ କଟିଛି। ତାଙ୍କର ପ୍ରକୃତ ନାମ ଶିବାଜୀ ରାଓ ଗାୟକୱାଡ଼ ଥିଲା। ତାଙ୍କୁ ୫ ବର୍ଷ ହୋଇଥିବାବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିଲା। ମା’ଙ୍କ ମୃତ୍ୟୁ ପରେ ପରିବାର ଦାୟିତ୍ଵ ତାଙ୍କ ଉପରେ ରହିଥିଲା। କିନ୍ତୁ ଘର ଚଳାଇବା ତାଙ୍କ ପକ୍ଷେ ସହଜ ନ ଥିଲା। ଏଥିପାଇଁ ତାଙ୍କୁ କୁଲି କାମ ମଧ୍ୟ କରିବାକୁ ପଡ଼ିଥିଲା।

ଚଳଚ୍ଚିତ୍ର ଦୁନିଆକୁ ଆସିବା ପରେ ରଜନୀକାନ୍ତ ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିଲେ। ତାମିଲ ଚଳଚ୍ଚିତ୍ର ‘ଅପୂର୍ବା ରାଗନଗାଲ’ରେ ସେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ କମଲ ହାସନ ଏବଂ ଶ୍ରୀବିଦ୍ୟା ଅଭିନୟ କରିଥିଲେ। ରଜନୀକାନ୍ତ ତାଙ୍କ ଅଭିନୟ ଜୀବନ କନ୍ନଡ଼ ନାଟକରୁ ଆରମ୍ଭ କରିଥିଲେ। ରଜନୀକାନ୍ତଙ୍କ ଦୁର୍ଯ୍ୟୋଧନ ଚରିତ୍ର ପାଇଁ ସେ ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ।

୧୯୮୩ରେ ରଜନୀକାନ୍ତ ବଲିଉଡ୍‌ରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ଅନ୍ଧା କାନୁନ’। ଏହି ଚଳଚ୍ଚିତ୍ର ପରେ ରଜନୀକାନ୍ତ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢ଼ିଥିଲେ। ଆଜି ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଷ୍ଟାର।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories