www.samajalive.in
Friday, December 12, 2025
14.1 C
Bhubaneswar

ଧଳାପଥର ରଜ ମହୋତ୍ସବ ଉଦଯାପିତ

କଳାପଥର (ବାଙ୍କୀ) : ଧଳାପଥର ଗ୍ରାମର ଆରାଧ୍ୟ ଦେବ ରାଧାବଲ୍ଲବଙ୍କ ଆମ୍ର କାନନରେ ଚଳିତ ବର୍ଷ ରଜ ମହୋତ୍ସବ  ଉଦଯାପିତ ହୋଇଯାଇଛି। ଧଳାପଥର ରଜ ମହୋତ୍ସବ କମିଟି ସମେତ ଗ୍ରାମବାସୀଙ୍କ ପ୍ରତେକ୍ଷ ତତ୍ତ୍ୱବଧାନରେ ଆୟୋଜିତ ରଜ ମହୋତ୍ସବ ଅବସରରେ ବିଶାଳ ମଶାଲ ଶୋଭଯାତ୍ରା ଆୟୋଜିତ ହୋଇଥିଲା।ପରେ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସୁନ୍ଦରଗଡ଼ ଜିଲ୍ଲା ମା’ କାନକେଶ୍ୱରୀ ଝୁମୁରି ନାଚ, ଭୁବନେଶ୍ୱର ମୃଦଙ୍ଗ ଲୋକନାଟ୍ୟ କଳା,  ନମାମି ଏକାଡେମୀ ଭୁବନେଶ୍ୱର  ସମେତେ ଧଳାପଥର ସଂଗୀତ ବିଦ୍ୟାଳୟ ନୃତ୍ୟ ପରିବେଶକୁ ବିମୋହିତ କରିଥିଲା। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଅଖିଳେଶ ମହାପାତ୍ର ଓ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନା ଏବଂ ବରିଷ୍ଠ ସାମ୍ବାଦିକ ତଥା ରଜ କମିଟିର ସମ୍ପାଦକ ରମେଶ ରଞ୍ଜନ ସାହୁ ସ୍ଵାଗତ ଭାଷଣ ସହ ପରିଚୟ ପ୍ରଦାନରେ ସମିତିସଭ୍ୟ ବିଜୟ କୁମାର ସୁବୁଦ୍ଧିଙ୍କ  ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଦୀପ ସାହୁ, ମୁଖ୍ୟ ବକ୍ତା ବିଶ୍ୱଜିତ ମିଶ୍ର, ଧଳାପଥର ସରପଞ୍ଚ ନାରାୟଣ ସାହୁ, ପୂର୍ବତନ ସରପଞ୍ଚ ସୁରଜ ପ୍ରସାଦ ସୁବୁଧି, ଲକ୍ଷ୍ମୀଧର  ସୁବୁଦ୍ଧି ପ୍ରମୁଖ  ଯୋଗଦେଇ ଥିଲେ। ପରେ ଅଂଚଳର ବିଭିନ୍ନ ପ୍ରତିଭା ମାନଙ୍କୁ  ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories