www.samajalive.in
Friday, December 12, 2025
14.1 C
Bhubaneswar

ଲଟାବୁଦାରେ ପୂର୍ଣ୍ଣ ପଞ୍ଚସଖା ସାମଧି ପୀଠ : ସୁରକ୍ଷା ବିନା ଅପଚୟ ହେଉଛି ଉନ୍ନୟନ ​ଅର୍ଥ​

ସାକ୍ଷୀଗୋପାଳ : ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଅର୍ଥାତ ଆସନ୍ତା କାଲି ୧୮ ତାରିଖ ଦିନ ସତ୍ୟବାଦୀର ବରଣ୍ୟେ ମହାପୁରୁଷ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳନ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ମାଟି ସୁଆଣ୍ଡୋ ଠାରୁ ଆରମ୍ଭ କରି ରାଜ୍ୟର ଅନେକ ସଙ୍ଗଠନ, ସ୍କୁଲ, କଲେଜ ମାନଙ୍କରେ ଆକର୍ଷଣୀୟ ସାଜସଜ୍ଜା ହୋଇ ଆୟୋଜନ କରାଯିବ ବିଭିନ୍ନ ସଭା ସମିତି । ସତ୍ୟବାଦୀର ଐତିହାସିକ ପଞ୍ଚସଖା ସାମଧିପୀଠ। ଏଠାରେ ସତ୍ୟବାଦୀ ଯୁଗର ପଞ୍ଚସଖା ପଣ୍ଡିତ ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଣ୍ଠ ଦାଶ, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ଗୋଦାବରୀଶ ମିଶ୍ର, ଆଚାର୍ଯ୍ୟ ହରିହର ଦାସଙ୍କ ସମେତ ପ୍ରଚାରକ ଅନନ୍ତ ମିଶ୍ର, ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଅନ୍ତିମ ସଂସ୍କାର ଓ  ସମାଧି ଦିଆଯାଇଥିଲା । ତାହାର ପରିସର ଏ ପର୍ଯ୍ୟନ୍ତ ସଫା କରାଯାଇ ନାହିଁ । ବଡ ବଡ ଅନା ବନା ଗଛ ସାଙ୍ଗକୁ ଲଟା ଜାତୀୟ ଗୁଳ୍ମରେ ବାନ୍ଧି ହୋଇ ରହିଛି ସାମଧି ପୀଠ ପରିସର । ଯାହା ଫଳରେ ସାଧାରଣ ଲୋକ ସେ ସ୍ଥାନକୁ ଯାଇ ବୁଲିବା ପାଇଁ ସମ୍ପୂର୍ଣ୍ଣ ପ୍ରତିକୂଳ ପରିବେଶ ସୃଷ୍ଟି ହୋଇଛି ।
ପ୍ରତ୍ୟେକ  ବର୍ଷ ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ଏହି ସମାଧି ପୀଠକୁ ସଫା କରାଯାଇ ଆକର୍ଷଣୀୟ କରାଯାଇଥାଏ ।ଏହା ପରେ ଏହି ପବିତ୍ର ସ୍ଥାନକୁ ପ୍ରଶାସନ ଠାରୁ ଆରମ୍ଭ କରି ରାଜନୈତିକ ସ୍ତରରେ ଅଣଦେଖା କରାଯାଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏବେ ସାମଧି ପୀଠ ପରିସର ରାତ୍ରି ସମୟରେ ସମ୍ପୁର୍ଣ୍ଣ ଅନ୍ଧାର ରହୁଥିବା ଯୋଗୁଁ ଏଠାରେ ନିଶାଡୀ ଓ ବ୍ରାଉନ ସୁଗାର ବ୍ୟବହାର  କରୁଥିବା ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟି ଯାଇଛି । ଯାହା ଦିନ ବେଳେ ମଧ୍ୟ କୌଣସି ପର୍ଯ୍ୟଟକ ତଥା ସାଧାରଣ ଲୋକ ଯିବା ପାଇଁ ମନରେ ନିଶ୍ଚିତ ଭାବେ ଭୟ ସୃଷ୍ଟି ହେବ।
ଏ ସମ୍ପର୍କରେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା କୁହନ୍ତି ଏହି ଐତିହ ସମ୍ପର୍ଣ୍ଣ ମହାପୁରୁଷଙ୍କ ସାମଧି ପୀଠକୁ  ବହୁତ କମ ଦିନ ମଧ୍ୟରେ ଆକର୍ଷଣୀୟ କରାଯିବା ସହ ଏହା ସଂଲଗ୍ନ ଲାଇବ୍ରେରୀ ଓ ମିନି ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ କରାଯିବ।ଆଗରୁ ଯେଉଁ ଆର୍ଥିକ ଅନୁଦାନ ଦ୍ୱାରା ଯେଉଁ ଉନ୍ନତି ମୂଳକ କାମ କରାଯାଇଥିଲା ତାହା ରକ୍ଷଣାବେକ୍ଷଣ ଅଭାଵରୁ ବାରମ୍ବାର ନଷ୍ଟ ହୋଇଛି। ତେଣୁ ଏବେ ଅନୁଦାନ ଖର୍ଚ୍ଚ ସାଙ୍ଗକୁ ସରକାରୀ ଓ ଘରୋଇ ସ୍ତରରେ ସୁରକ୍ଷା ପାଇଁ ବ୍ୟବସ୍ଥା  ରହିବ।
ସମାଧି ପୀଠର ଅବ୍ୟବସ୍ଥା  ସମ୍ପର୍କରେ ମୁଁ ଅବଗତ ରହିଛି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପୂର୍ବରୁ ସେ ସ୍ଥାନକୁ ସଫା କରାଯିବ ବୋଲି ବିଡ଼ିଓ ସତ୍ୟବାଦୀ ଲୋଚନ ଦାଶ କହିଛନ୍ତି।
କେବଳ ଗୋପବନ୍ଧୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବରେ ସାମଧି ପୀଠକୁ ସ୍ଥାନୀୟ ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ  ଅନୁଷ୍ଠାନ ସଫା କରୁଛନ୍ତି । ମାତ୍ର ଗୋପବନ୍ଧୁଙ୍କ ବ୍ୟତୀତ ସେଠାରେ ଥିବା ଅନ୍ୟ ମହାପୁରୁଷ ଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ସଫା କରି ଗୋଟାଏ ଦୀପ ଜଳିବା କଣ ପ୍ରଶାସନ ଓ  ନେତୃବୃନ୍ଦଙ୍କର କର୍ତ୍ତବ୍ୟ ବୋଲି ବୁଦ୍ଧିଜୀବୀ ବିକ୍ରମ ଦାଶ କହିଛନ୍ତି।
ସ୍ଥାନୀୟ ଶିକ୍ଷାବୀତ ମନରଞ୍ଜନ ମିଶ୍ର କହିଛନ୍ତି, ପଞ୍ଚସଖା ସାମଧି ପୀଠକୁ ସଫାସୁତୁରା ରଖିବା ସହ ରାତ୍ରି ସମୟରେ ଉକ୍ତ ସ୍ଥାନକୁ ଆଲୋକିତ କରାଗଲେ। ସାମଧି ପୀଠ ଦର୍ଶନ ପାଇଁ ଆସୁଥିବା ଲୋକମାନେ ସୁବିଧାରେ ବୁଲିପାରିବେ। ଏହା ସହ ବ୍ଲକ ପ୍ରଶାସନ ଏହି ପବିତ୍ର ସ୍ଥାନଟିକୁ ପରିଷ୍କାର ରଖିବା ସହ ଏହାର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମତ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories