www.samajalive.in
Sunday, December 7, 2025
13.1 C
Bhubaneswar

ଗୁଳୁଦିପଶି, ସଅଁରାପଶିରେ ରଜବତୀ ବିବାହ ଉତ୍ସବ

ପାଟଣା: ରଜବିଦା ଅବସରରେ କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଗୁଳୁଦିପଶି ଏବଂ ସଅଁରାପଶି ଗ୍ରାମରେ ରଜବତୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗୁଳୁଦିପଶି ଗ୍ରାମରେ ସାତ ଦିନିଆ ରଜ ମହୋତ୍ସବର ଗୁରୁବାର ବିଦାୟ ଦିବସରେ ସମସ୍ତ ମା’ ଭଉଣୀ ଏକତ୍ରିତ ହୋଇ ଐତିହାସିକ ପ୍ରଥା ଅନୁଯାୟୀ ରଜବତୀ ବିବାହ ଉତ୍ସବ ପାଳନ କରିଥିଲେ। ଗୋଟିଏ ଝିଅକୁ ବର ବେଶରେ ସଜେଇ ଗାଁ ଗାଁ ବୁଲାଇବା ସହ ଡିଜେ ବାଣ ଫୁଟାଇ କନ୍ୟା ଘରକୁ ମା’ ଭଉଣୀମାନେ ଯାଇ କନ୍ୟାକୁ ଆଣି ସ୍ଵତନ୍ତ୍ର ବିବାହ ଭଳି ଉଭୟ ଝିଅ ପୁଅକୁ ରଜବତୀ ବିବାହ ବନ୍ଧନରେ ବାନ୍ଧିଥିଲେ। ମା’ ଭଉଣୀମାନେ ହାତ ଧରା ଧରି ହୋଇ ରଜ ଦୋଳି ସହ ଗୀତ ତାଳେତାଳେ ସବରୀ ନାଟ କରିଥିଲେ।

- Advertisement -

ସେହିପରି ସଅଁରାପଶି ଗ୍ରାମରେ ୧୪ତାରିଖରୁ ୭ଦିନ ଧରି ରଜ ପର୍ବ ପାଳିତ ହୋଇଥିବା ବେଳେ ଗୁରୁବାର ଶେଷ ଦିନରେ ରଜବତୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କୁମାରୀ ଓ ମହିଳାମାନେ ରଜବିଧି ଅନୁଯାୟୀ ଦୁଇଜଣଙ୍କୁ ବର କନ୍ୟା ସଜାଇ ରୀତିନୀତି ଅନୁସାରେ ବିବାହ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories