ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଜୋତ୍ସବ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ଶ୍ରୀମତୀ ମୁର୍ମୁ ରାଜ୍ୟ ଓ ଦେଶବାସୀଙ୍କ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରିଛନ୍ତି।
କୃଷିଭିତ୍ତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଅଛି ।
— President of India (@rashtrapatibhvn) June 14, 2023
ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ରଜୋତ୍ସବ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରଜୋତ୍ସବ ଲୋକମାନଙ୍କ ମଧ୍ୟରେ ଆନନ୍ଦ, ଉଲ୍ଲାସ, ଏକତା ଓ ଭ୍ରାତୃଭାବର ଭାବନା ଭରିଦେଉ ବୋଲି ସେ କାମନା କରିଛନ୍ତି।
Greetings on the auspicious occasion of Raja Parba! As we celebrate this vibrant festival, let us rejoice at the arrival of the monsoon & express our deep reverence to the bounteous Mother Earth. May the festivities bring immense joy, foster unity and shower abundant blessings on…
— Vice President of India (@VPIndia) June 14, 2023



