www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସ ଅଧିକାରୀ କରିଥିଲେ ୫୦ କିଲୋ ରୂପା ଲୁଟ୍‌- କିଛି ଦିନ ପରେ ପଦୋନ୍ନତି ପାଇ ହୋଇଥାଆନ୍ତେ ସିଓ

କାନପୁର- ୫୦ କିଲୋ ରୂପା ଲୁଟ୍‌ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ଔରିଆର ଜଣେ ପୁଲିସ ଅଧିକାରୀଙ୍କ ସମେତ କିଛି ପୁଲିସ କର୍ମଚାରୀଙ୍କ ଚାକିରି ଯାଇଛି । ରାତି ଅଧିରେ ଗୋଟିଏ ଗାଡିରୁ ଏମାନେ ରୂପା ଲୁଟ୍‌ କରିଥିଲେ । ଖାକି ବର୍ଦିରେ ଏହି ପୁଲିସ ଅଧିକାରୀ କିଛି ଅପରାଧୀଙ୍କ ସହ ମିଶି ଗହଣା ବେପାରୀଙ୍କ ପରିବାର ଲୋକଙ୍କୁ ବନ୍ଧକ ରଖି ୫୦ କିଲୋ ରୂପା ଲୁଟ୍‌ କରିଥିଲେ । ଏହାର ଅଭିଯୋଗ ହେବା ପରେ ଏଡିଜି ଥାନାରେ ପହଞ୍ଚି ଥିଲେ । ଥାନାର ଇନିସ୍‌ପେକ୍ଟର ଅଜୟ ପାଲ କଠୋରିଆଙ୍କ ନିକଟରୁ ୫୦ କିଲୋ ରୂପା ଜବତ କରାଯାଇଥିଲା । ଏଥିଲେ ସାମିଲ୍ ଥିବା ପୁଲିସ୍‌ କର୍ମଚାରୀ ଚିନ୍ତନ କୌଶିକ ଏବଂ ହେଡ୍‌ କନେଷ୍ଟବଳ ରାମଶଙ୍କର ଯାଦବଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏବେ ଏହି ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଚାକିରି ଯିବା ସହ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି ।
ମନୀଷ ସୋନୀ ନାମକ ଗହଣା ବେପାରୀଙ୍କ ନିକଟରେ ସଜଂୟ ନାମକ ଯୁବକ କାମ କରୁଥିଲା । ତାଙ୍କୁ ମନୀଷ ୮ ମାସ ତଳେ ଚାକିରିରୁ କାଢି ଦେଇଥିଲେ । ସେ ରଫତ ନାମକ ବ୍ୟକ୍ତିଙ୍କ ସହ ମିଶି ଲୁଟ୍‌ ଯୋଜନା କରିଥିଲା । ରଫତର ସଙ୍ଗ ଜଲ୍ଲାଲୁଦ୍ଦୀନ ଏଥିରେ ଥାନା ଅଧିକାରୀ ବି ସାମିଲ ହେବେ ବୋଲି କହିଥିଲା । ଲୁଟ୍‌ ପାଇଁ ଥାନା ଅଧିକାରୀ ଭଡାରେ ସ୍କର୍ପିଓ ମଗାଇଥିଲେ । ଏହାପରେ ଏହି ବଦମାଶମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ନେଇ ମନୀଷଙ୍କ ପରିବାର ଲୋକଙ୍କୁ ବନ୍ଧକ ବନାଇଥିଲେ । ତାଙ୍କ ଗରୁ ୫୦ କିଲୋ ରୂପା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ ।

- Advertisement -

ଲୁଟ୍‌ର ଅଭିଯୋଗ ଅନ୍ୟ ଏକ ଥାନାରେ ହୋଇଥିଲେ । ଏସ୍‌ପି ଏତେ ବଡ ଲୁଟ୍‌ ବିଷୟରେ ଜାଣିବା ପରେ ୮ଟି ଟିମ୍‌ ଗଠନ କରିଥିଲେ । ପୁଲିସ ଯାଞ୍ଚ ବେଳେ ଗୋଟିଏ ସିସିଟିଭ ଫୁଟେଜ୍‌ ପାଇଥିଲା । ଏଥିରେ ଥାନାଅଧିକାରୀ ଅଜୟପାଲ କଠୋରିଆ ଥିବା କଥା ସ୍ପଷ୍ଟ ହୋଇଗଲା । ଏହାପରେ ସେହି ଅଭିଯୁକ୍ତ ଥାନା ଅଧିକାରୀଙ୍କ ଘରେ ଏବ ସରକାରୀ ବାସଭାବନରେ ହଠାତ୍‌ ଚଢଉ କରାଗଲା । ସେଠାରେ ୫୦ କିଲୋ ରୂପା ଜବତ କରାଯାଇଥିଲା ।

ଏହାପରେ ସମସ୍ତ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରାଯିବ ସହ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories