www.samajalive.in
Friday, December 12, 2025
16.1 C
Bhubaneswar

ୟୁପି ପିସିସି ପଦରୁ ବିଦା ହୋଇପାରନ୍ତି ରାଜବବର

ନୂଆଦିଲ୍ଲୀ : ୟୁପି ଦାୟିତ୍ୱ ଗ୍ରହଣ କରିବା କ୍ଷଣି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟ ତମାମ କର୍ମକର୍ତ୍ତାଙ୍କୁ ପୃଥକପୃଥକ ଭେଟି ସେମାନଙ୍କ ସହ ଦଳର ଅଭିମୁଖ୍ୟକୁ ନେଇ ଆଲୋଚନା କରିଛନ୍ତି। ପରେ ଉଭୟ ନିଜନିଜ ମଧ୍ୟରେ ଆଲୋଚନା କରି ଏ ସମ୍ପର୍କିତ ଏକ ଚୂଡ଼ାନ୍ତ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କର୍ମକର୍ତ୍ତାଙ୍କୁ ସର୍ବପ୍ରଥମେ ୟୁପି କଂଗ୍ରେସ ଅଧ୍ୟକ୍ଷ ରାଜବବରଙ୍କୁ ନେଇ ପ୍ରଶ୍ନ କରାଯାଇ ଥିଲା। ରାଜବବର ତାଙ୍କ ପଦରେ ରହିବେ ନା’ ହଟିବେ ଏ ସମ୍ପର୍କରେ କର୍ମୀଙ୍କ ମତାମତକୁ ନେଇ ଉଭୟ ବରିଷ୍ଠ ନେତା ରିପୋର୍ଟ ପ୍ରସ୍ତୁତ କରିଛନ୍ତି।
ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ୭୫ ପ୍ରତିଶତରୁ ଅଧିକ କର୍ମୀ ରାଜବବରଙ୍କୁ ପଦରୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି। କିଛି କର୍ମୀ ରାଜବବରଙ୍କ ଗ୍ଲାମର ପ୍ରଚାରରେ କାମ ଆସିପାରେ, କିନ୍ତୁ ସାଂଗଠନିକ କ୍ଷେତ୍ରରେ ତାଙ୍କୁ ବଦଳାଇବାକୁ ଦାବି କରିଥିଲେ।
ଅପରପକ୍ଷରେ ରାଜବବର ମଧ୍ୟ ତାଙ୍କ ପଦ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରିି ପୂର୍ବରୁ ରାହୁଲଙ୍କ ସହ ଆଲୋଚନା କରିଥିଲେ, କିନ୍ତୁ ରାହୁଲ ରାଜବବଙ୍କୁ ଏଭଳି ଗୁରୁଦାୟିତ୍ୱରୁ ହଟାଇବାକୁ ଚାହୁଁ ନଥିଲେ। ପୂର୍ବରୁ ରାଜବବର ଫିରୋଜାବାଦ ଓ ଆଗ୍ରା ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ୨୦୧୪ରେ ଗାଜିଆବାଦ ଆସନରୁ ବିଜେପିର ବି କେ ସିଂହଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଏଭଳି ପରିସ୍ଥିତିରେ ରାଜବବରଙ୍କୁ ପଦରୁ ହଟାଇ ତାଙ୍କୁ ଚଳିତ ଲୋକସଭା ନିର୍ବାଚନରେ ଲଢିବା ଓ ପ୍ରଚାର ଦାୟିତ୍ୱ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ୟୁପି କଂଗ୍ରେସ ଅଧ୍ୟକ୍ଷ ପାଇଁ ନୂଆ ଚେହେରା ଅନ୍ୱେଷଣ କରୁଛି କଂଗ୍ରେସ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories