www.samajalive.in
Tuesday, December 9, 2025
16.1 C
Bhubaneswar

ଓଆଇସି ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେବ ଭାରତ

ନୂଆଦିଲ୍ଲୀ : ଭାରତ ପ୍ରଥମଥର ପାଇଁ ଓଆଇସି (ଇସ୍‌ଲାମିକ ସହଯୋଗିତା ସଂସ୍ଥା) ପକ୍ଷରୁ ଆୟୋଜିତ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେବ। ୟୁନାଇଟେ‌ଡ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିଠାରେ ମାର୍ଚ୍ଚ ୧-୨ରେ ଅନୁଷ୍ଠିତ ହେବାକୁ ଯାଉଥିବା ୪୬ତମ ବୈଠକରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଅତିଥି ଭାବେ ଯୋଗଦେବେ। ଏ ନେଇ ୟୁଏଇ ପ୍ରତିପକ୍ଷ ଶୈଖ ଅବଦୁଲ୍ଲା ବିନ ଜାୟେଦ ଅଲ ବାୟାବଙ୍କଠାରୁ ତାଙ୍କୁ ଆମନ୍ତ୍ରଣ ମିଳିଛି। ସମ୍ମାନୀତ ଅତିଥି ଭାବେ ସୁଷମା ଉଦ୍‌ଘାଟନୀ ଉତ୍ସବରେ ବକ୍ତବ୍ୟ ଦେବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ପଶ୍ଚିମ ଏସୀୟ ଏବଂ ମୁସଲମାନ ବହୁଳ ରାଷ୍ଟ୍ରଗୁଡିକ ସହିତ ଦ୍ବିପାକ୍ଷିକ ସମ୍ବନ୍ଧ ଉନ୍ନତି କରିବା ଦିଗରେ ଏହି ବୈଠକ ପାଇଁ ଆମନ୍ତ୍ରଣ ମିଳିବା ଗୁରୁତ୍ବପୂର୍ଣ୍ଣ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତ କିଛି ଦଶନ୍ଧି ହେବ ଓଆଇସି ସହିତ ନୂଆଦିଲ୍ଲୀର ବିଶେଷ ଭଲ ସମ୍ପର୍କ ନ ଥିଲା। ବିଶେଷ କରି କାଶ୍ମୀର ପ୍ରସଙ୍ଗରେ ଭାରତକୁ ନିଶାଣ କରିବା ଲାଗି ପାକିସ୍ତାନ ୫୬ ସଦସ୍ୟ ବଶିଷ୍ଟ ଏହି ରାଷ୍ଟ୍ରଗୋଷ୍ଠୀକୁ ବ୍ୟବହାର କରୁଥିଲା। ପାକିସ୍ତାନ ଏବଂ ଆରବରେ ଥିବା ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ଭାରତକୁ ‘ପର୍ଯ୍ୟବେକ୍ଷକ’ ମାନ୍ୟତା ପ୍ରଦାନ ପଥ ରୋକିଥିଲେ। ଏହି କାରଣରୁ ଭାରତ ଓଆଇସି ସହିତ ବିଶେଷ ସମ୍ବନ୍ଧ ରଖି ନ ଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories