ଉତ୍ତମ ସ୍ବାସ୍ଥ୍ୟ ପାଇଁ କିସମିସର ସେବନ

0

କିସମିସ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ। ଏହାକୁ ଆୟୂର୍ବେଦ ଔଷଧ ମଧ୍ୟ କୁହାଯାଇଛି। ପ୍ରତିଦିନ ଉତ୍ତମ ସ୍ବାସ୍ଥ୍ୟ ପାଇଁ ୪ରୁ୫ଟି କିସମିସ ଖାଆନ୍ତୁ। ଏହାକୁ ଖାଇବା ଦ୍ବାରା ଶରୀର ଅନେକ ରୋଗ ଠାରୁ ମୁକ୍ତି ପାଇଥାଏ। ଆସନ୍ତୁ ଜାଣିବା କିସମିସ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

କିସମିସ ଖାଇବା ଦ୍ବାରା ସଠିକ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେବା ଦ୍ବାରା ମୁହଁର ଚମକ ବୃଦ୍ଧି ପାଇବା ସହ ମୁହଁ ଗୋରା ହୋଇଥାଏ।

କିସମିସରେ ଫାଇବର ଅଂଶ ଥିବାରୁ ଏହା ପାଚନ କ୍ରିୟା ଠିକ ଭାବେ କରାଇଥାଏ।

ଏହାକୁ ନିୟମିତ ଖାଇବା ଦ୍ବାରା ଥଣ୍ଡା-କାଶରୁ ମୁକ୍ତି ମିଳିଥାଏ।

କିସମିସରେ କ୍ୟାଲସିୟମ ଥିବାରୁ ଶରୀରରେ ସୃଷ୍ଟି ହେଉଥିବା ଅନେକ ଦରଜରୁ ମୁକ୍ତି ଦେଇଥାଏ।

prayash

ଏହା ରକ୍ତର ଅଭାବକୁ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ।

ଏହାକୁ ନିୟମିତ ଖାଇବା ଦ୍ବାରା କେଶ ଝଡିବା ପରି ସମସ୍ୟାରୁ ମୁକ୍ତି ମିଳିଥାଏ।

କିସମିସରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା କ୍ୟାନ୍ସର ପରି ସମସ୍ୟାରୁ ରକ୍ଷା କରିଥାଏ।

ଏହାକୁ ସେବନ କରିବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ।

କିସମିସକୁ ଆପଣ ରାତିରେ ପାଣିରେ ଭିଜାଇ, ମହୁ ସହ, କ୍ଷୀରରେ ଫୁଟାଇ ଇତ୍ୟାଦି ଉପାୟରେ ଖାଇପାରିବେ।

kalyan agarbati
Leave A Reply