BJD Bijuli 480×75 Mob

କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷା

BJD Bijuli 480×75 Mob

ଭୁବନେଶ୍ବର : ସୋମବାର ଠାରୁ ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ କିଛି ଜିଲାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘୂର୍ଣ୍ଣିଝଡ଼ ଓ କୁଆପଥର ବର୍ଷା ହୋଇପାରେ।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୋମବାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଜିଲାରେ ବର୍ଷା ହେବ।
ଏହି ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ମାଲକାନଗିରି ସହ ଉପକୂଳ ଜିଲାରେ ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ଭିତରେ ଭୁବନେଶ୍ବରରେ ସର୍ବାଧିକ ୩୪.୪ ମିମି ବର୍ଷା ହୋଇଥିବାବେଳେ ବାରିପଦାରେ ୯.୨ ମିମି, ସମ୍ବଲପୁରରେ ୭.୨ ମିମି, କେନ୍ଦୁଝରରେ ୪.୫ ମିମି, ଦାରିଙ୍ଗିବାଡ଼ିରେ ୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Comments are closed.