www.samajalive.in
Saturday, December 6, 2025
15.1 C
Bhubaneswar

କାଳବୈଶାଖୀ ପ୍ରଭାବରେ ବ୍ରଜରାଜନଗରରେ ଘଡଘଡି ସହ ବର୍ଷା

ବ୍ରଜରାଜନଗର: ରାଜ୍ୟର ବିଭିନ୍ନ ଜିଲାରେ ମଙ୍ଗଳବାର କାଳ ବୈଶାଖୀ ପ୍ରଭାବରେ ଘଡଘଡି, ବର୍ଷା ଓ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଜିଲାଗୁଡିକୁ ଅରେଞ୍ଜ ୱାର୍ଣ୍ଣିଂ(ପ୍ରସ୍ତୁତ ରୁହ) ଜାରି କରାଯାଇଛି। ତେବେ ମଙ୍ଗଳବାର ସକାଳୁ ସମଗ୍ର ବ୍ରଜରାଜନଗର ଅଞ୍ଚଳକୁ କଳା ମେଘ ଢାଙ୍କି ଅନ୍ଧକାର କରିଦେଇଥିଲା। ପରେ ବିଜୁଳି ମାରିବା ସହିତ ତୁହାକୁ ତୁହା ବର୍ଷା ଲାଗି ରହିଥିଲା। ଫଳରେ ଲକଡାଉନ ଯୋଗୁ ସକାଳୁ ସଉଦା କିଣିବାକୁ ଦୋକାନ ବଜାରକୁ ଆସିଥିବା ଲୋକେ ଭାରି ମାତ୍ରାରେ ହଇରାଣ ହୋଇଛନ୍ତି। ଦୂର ଦୁରାନ୍ତର ଲୋକେ ବର୍ଷା ଯୋଗୁଁ ବଜାରକୁ ଆସି ପାରି ନାହାଁନ୍ତି। ଆଉ କେତେକ ଅଧା ବାଟରୁ ଫେରି ଯାଇଛନ୍ତି। ସେହି ପରି ଘଡଘଡି ଯୋଗୁ ଲୋକେ ଭୟରେ ଘରୁ ବାହାରି ନ ଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା। ସେପଟେ ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଉଥିବା ତାପମାତ୍ରା କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ ଆସନ୍ତା ୨୬ ତାରିଖ ହେଉଛି ଅକ୍ଷୟ ତୃତୀୟା। ଏହି ଦିନ ଅଖିମୁଠି ଅନୁକୂଳ କରି ଚାଷୀ ଚାଷ କାମ ଶୁଭାରମ୍ଭ କରିଥାଏ। ତେବେ ଚାଷ କାମ ପାଇଁ ପ୍ରସ୍ତୁତ ରହିଥିବା ଚାଷୀମାନଙ୍କୁ ଆଜିର ବର୍ଷା ଉତ୍ସାହିତ କରିଛି। ବର୍ଷା ଯୋଗୁ ମାଟି ଓଦା ହେବା କାରଣରୁ ଚାଷ ପାଇଁ ବିହନ ବୁଣିବା ସହିତ ହଳ ଲଙ୍ଗଳ ବୁଲାଇବାକୁ ସୁବିଧା ହେବ ବୋଲି ଚାଷୀକୂଳ ମତ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories