www.samajalive.in
Friday, December 5, 2025
27.1 C
Bhubaneswar

କରୋନା: ଆଉ ଜଣେ ଥାନା ଅଧିକାରୀ ମୃତ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ଭୂତାଣୁ ଯୋଗୁ ଆଉ ଜଣେ ଥାନା ଅଧିକାରୀଙ୍କ ଜୀବନ ଯାଇଛି। କରୋନା ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ନାମ ଯଶୱନ୍ତ ପାଲ। ସେ ନୀଲଗଙ୍ଗା ଥାନାର ଟିଆଇ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର ଲୋକଙ୍କଠାରେ କରୋନା ଭୂତାଣୁ ଠାବ ହୋଇନାହିଁ। ନୀଲଗଙ୍ଗା ଥାନା ଅଧୀନ ଅମ୍ବଲ କଲୋନୀରେ ଗତ ମାର୍ଚ୍ଚ ୨୭ରେ ଜଣେ ଯୁବକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ଏହା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ସେହି ଅଞ୍ଚଳରେ ପାଲ୍‌ ଡ୍ୟୁଟିରେ ଥିଲେ। ଏହି ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଇନ୍ଦୋରର ଅରୋବିନ୍ଦ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମଙ୍ଗଳବାର ଭୋର ପ୍ରାୟ ୫ଟା ୧୦ରେ ତାଙ୍କର ମୃତ୍ୟୁ ଘଟିଛି। ଇନ୍ଦୋରର ବିଜୟ ନଗରରେ ତାଙ୍କ ପରିବାର ରୁହନ୍ତି। ତାଙ୍କର ପତ୍ନୀ ଏବଂ ୨ ଝିଅ ଅଛନ୍ତି।

ସୂଚନାଯୋଗ୍ୟ, ଗତ ରବିବାର ଇନ୍ଦୋରରେ ଜଣେ ଇନ୍ସପେକ୍ଟରଙ୍କର କରାନାରେ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଏବଂ ପତ୍ନୀଙ୍କୁ ଏସଆଇ ଚାକିରି ଦେବାକୁ ଘୋଷଣା କରାଯାଇଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories