ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ଘଡ ଘଡି ସହ  ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ  ଘଡ ଘଡି ସହ ବର୍ଷା ସମ୍ଭାବନା  ରହିଛି   । ସାରା ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବ  । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବା ଯୋଗୁଁ କେତକ ସ୍ଥାନରେ  ଘଡ ଘଡି ସହ ବର୍ଷ। ହେବ । ରାଜ୍ୟର  ଅନୁଗୁଳ , କଟକ, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, କେନ୍ଦ୍ରାପଡା,  କୋରାପୁଟ, ଖୋର୍ଦ୍ଧା , ଗଜପତି , ଗଞ୍ଜାମ, ଜଗତସିଂପୁର, ଝାରସୁଗୁଡା, ଢେଙ୍କାନାଳ, ଦେବଗଡ, ନବରଙ୍ଗପୁର, ନୟାଗଡ , ନୂଆପଡା, ପୁରୀ, ବରଗଡ, ବଲାଙ୍ଗୀର ,  ବାଲେଶ୍ଵର, ବୌଦ , ବ୍ଣହ୍ମପୁର , ଭଦ୍ରକ, ଭୁବନେଶ୍ବର, ମୟୁରଭଞ୍ଜ, ମାଲକାନଗିରି, ଯାଜପୁର, ରାଉରକେଲା, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁରରେ  ବର୍ଷା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply