www.samajalive.in
Saturday, December 6, 2025
15.1 C
Bhubaneswar

ଦୀର୍ଘ ୫୮ବର୍ଷ ପରେ ପୁଣିଥରେ ଖୋଲିବ ଏହି ’ଗୁପ୍ତ’ ରେଳ ସୁଡ଼ଙ୍ଗ !

ସମାଜ ପୋର୍ଟାଲ ଡେସ୍କ : ବିଶ୍ଵରେ ଅନେକ ସ୍ଥାନ ରହିଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ୱେଲ୍ସର ’ଗୁପ୍ତ’ ରେଳ ସୁଡ଼ଙ୍ଗ(ଟନେଲ୍) ’ଆବର୍ନାଣ୍ଟ’। ଆପଣ ହୁଏତ ଏହାର ନାମ ମଧ୍ୟ ଶୁଣି ନଥିବେ, କିନ୍ତୁ ଏକ ସମୟ ଥିଲା ଯେତେବେଳେ ଟ୍ରେନଗୁଡ଼ିକ ଏହି ସୁଡ଼ଙ୍ଗ (ଟନେଲ୍) ଦେଇ ଯାଉଥିଲା। ଏହି ବାଟ ଦେଇ ଶେଷ ଥର ପାଇଁ ୫୮ ବର୍ଷ ପୂର୍ବେ ୧୯୬୨ ମସିହାରେ ଟ୍ରେନ୍ ଯାତାୟତ କରିଥିଲା। ସେବେଠାରୁ, ଏହି ଟନେଲ୍ ଏତେ ନିଛାଟିଆ ହୋଇଯାଇଛି ଯେ ଏକ ଭୂତ ସ୍ଥାନ ପରି ଦେଖାଯାଉଛି। ବର୍ତ୍ତମାନ ଏହି ଟନେଲ୍ ଖୋଲିବାକୁ ବିଚାର କରାଯାଉଥିବା ସୂଚନା ମିଳିଛି।
୧୮୫୩ ମସିହାରେ ମହାନ ବିଲଡର୍ ଇସାମ୍ବର୍ଡ କିଙ୍ଗ ବ୍ରୁନେଲଙ୍କ ଦ୍ୱାରା ପରିକଳ୍ପିତ ଏହି ରେଳ ଟନେଲ ପ୍ରଥମେ ଟ୍ରେନରେ କୋଇଲା ପରିବହନ ପାଇଁ ବ୍ୟବହାର କରାଯାଉଥିଲା । ମାତ୍ର ଏବେ ଏହାକୁ ସାଇକେଲ ଚାଳକଙ୍କ ପାଇଁ ଖୋଲାଯିବାର ଯୋଜନା ହେଉଥିବା ଜଣାପଡ଼ିଛି। ଏହି ୧.୪ ମାଇଲ୍ ଟନେଲ୍ ଯଦି ସାଇକେଲ ଚାଳକ ଏବଂ ପଥଚାରୀ ରାସ୍ତାରେ ପରିଣତ ହୁଏ ତେବେ ୟୁରୋପରେ ଏହା ଏକ ଲମ୍ବା ଟନେଲରେ ପରିଣତ ହେବ। ଏହାକୁ ଟ୍ରାଫିକମୁକ୍ତ ମାର୍ଗ କରିବା ପାଇଁ ଶହ ଶହ ଲୋକ ଏହି ଯୋଜନାକୁ ସମର୍ଥନ କରିଛନ୍ତି।
ଏହି ଟନେଲ୍ ୱେଲ୍ସର ଦୁଇଟି ସହର ମେରଥର୍ ଟାଇଡଫିଲ୍ ଏବଂ ଆବର୍ଡାକୁ ସଂଯୋଗ କରେ। ଏହି ଟନେଲର ପ୍ରବେଶ ଦ୍ୱାର ଖୋଲା ଅଛି, କିନ୍ତୁ ଲୋକମାନଙ୍କୁ ପ୍ରବେଶ ନ କରିବା ପାଇଁ ଫାଟକ ବନ୍ଦ ରହିଛି।
ଏଠାରେ ରହୁଥିବା ଜଣେ ବ୍ୟକ୍ତି କୁହନ୍ତି ଯେ, ଟନେଲ୍ ଉଭୟ ମର୍ଥର ଟାଇଡଫିଲ୍ ଏବଂ ଆବର୍ଡାରେ ଉପତ୍ୟକା ପାଇଁ ଏକ ଉତ୍ତମ ବୈଶିଷ୍ଟ୍ୟ ହେବ ଏବଂ ମୁଁ ଏହାକୁ ସାଇକେଲ ଚଲାଇବା ପାଇଁ ବ୍ୟବହାର କରିବି, କେବଳ ଦୁଇ ସହର ମଧ୍ୟରେ ଯାତାୟାତ ପାଇଁ ନୁହେଁ। କେତେକ ଲୋକ ଏହି ଟନେଲକୁ ଏକ ଏୈତିହାସିକ ଏବଂ ସମ୍ଭାବ୍ୟ ପର୍ଯ୍ୟଟନସ୍ଥଳୀ ବୋଲି ବର୍ଣ୍ଣନା କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories