www.samajalive.in
Saturday, December 6, 2025
14.1 C
Bhubaneswar

ପାଞ୍ଚ ମାସରେ ୧.୭୮ କୋଟି ଟିକଟ ବାତିଲ କରିଛି ରେଳବାଇ, ବୁକିଂ ଆୟଠାରୁ, ଫେରସ୍ତ ହୋଇଛି ଅଧିକ ଅର୍ଥ

ନୂଆଦିଲ୍ଲୀ,୨୪ା୮ :କରୋନା ମହାମାରୀ କାରଣରୁ ଚଳିତବର୍ଷ ରେଳବାଇକୁ ଏହାର ବହୁ ଟ୍ରେନର ଚଳାଚଳ ରଦ୍ଦ କରିବାକୁ ପଡିଛି।  ଏହାଫଳରେ ବିଗତ ପାଞ୍ଚ ମାସ ମଧ୍ୟରେ ରେଳବାଇକୁ ୧.୭୮ ​କୋଟି ଟିକଟ ବାତିଲ କରିବାକୁ ପଡିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଏହି ୫ ମାସ ମଧ୍ୟରେ ରେଳବାଇ ଟିକଟ ବାତିଲ ବାବଦରେ ୨୭୨୭ କୋଟି ଟଙ୍କା ଫେରସ୍ତ କରିଛି।
ସୂଚନାନୁଯାୟୀ, କରୋନା ମହାମାରୀର ପ୍ରସାରକୁ ଦେଖି ରେଳବାଇ ଚଳିତବର୍ଷ ମାର୍ଚ୍ଚ ୨୫ଠାରୁ ଏହାର ଯାତ୍ରୀ ସେବା ସ୍ଥଗିତ ରଖିଛି। ସେବେଠାରୁ ରେଳବାଇ ୧,୭୮,୭୦,୬୪୪ ଟିକଟ ବାତିଲ କରିଛି। ଏମିତିକି ଏହି ସମୟରେ ରେଳବାଇ ଟିକଟ ବୁକିଂରୁ ଯେତିକି ଆୟ କରିଛି ତାଠାରୁ ଅଧିକ ଅର୍ଥ ଫେରସ୍ତ କରିଛି।  ୨୦୨୦-୨୧ର ପ୍ରଥମ ତ୍ରୈମାସରେ ରେଳବାଇ ୧୦୬୬ କୋଟି ଟଙ୍କାର ରାଜସ୍ବ ହାନିର ସମ୍ମୁଖୀନ ହୋଇଛି। ଏପ୍ରିଲଠାରୁ ଚଳିତମାସ ୧୧ ମଧ୍ୟରେ ରେଳବାଇ ବାତିଲ ଟିକଟ ବାବଦରେ ୩୬୬୦.୦୮ କୋଟି ଟଙ୍କା ଫେରସ୍ତ କରିଛି। ତେବେ ଏହି ସମାନ ସମୟରେ ରେଳବାଇ ୧୭,୩୦୯.୧ କୋଟି ଟଙ୍କାର ରାଜସ୍ବ ଆୟ କରିଛି।  ରେଳବାଇ ଇତିହାସରେ ଏମିତି ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଟିକଟ ବିକ୍ରିଠାରୁ ରେଳବାଇ ଯେତିକି ଆୟ କରିଛି ତାଠାରୁ ଅଧିକ ଅର୍ଥ ଟିକଟ ବାତିଲ କରିବା ବାବଦରେ ଯାତ୍ରୀଙ୍କୁ ଫେରସ୍ତ କରିଛି। ଏ ସମ୍ପର୍କରେ ଜଣେ ରେଳ ଅଧିକାରୀ କହିଛନ୍ତି ଯେ, ଟ୍ରେନ ଚଳାଚଳ ବାତିଲ କରାଯିବା କାରଣରୁ ଏପ୍ରିଲ, ମେ’ ଏବଂ ଜୁନ୍‌ ମାସ ପାଇଁ ବାତିଲ ଟିକଟ ପାଇଁ ଅର୍ଥ ଫେରସ୍ତ କରିବାକୁ ପଡିଛି। ଏହି ସମୟରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ଦୃଷ୍ଟିରୁ ଖୁବ୍ କମ୍ ରେଳ ଟିକଟ ବୁକିଂ ହୋଇଥିଲା।  ଚଳିତ ଆର୍ଥିକବର୍ଷର ପ୍ରଥମ ତିନି ମାସ ଯାକ ରେଳବାଇ ଏହାର ସମସ୍ତ ନିୟମିତ ଯାତ୍ରୀ ସେବା ବାତିଲ କରିଥିଲା। ଏଥିଯୋଗୁ ଏପ୍ରିଲରେ ୫୩୧.୧୨ ​‌କୋଟି ,ମେ’ରେ ୧୪୫.୨୪ କୋଟି ଏବଂ ଜୁନ୍‌​ରେ ରେଳବାଇକୁ ୩୯୦.୬ ​କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories