ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡ଼ୁ ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ନୂଆଖାଇ ଶୁଭେଚ୍ଛା । ଟ୍ବିଟ୍ କରି ସେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆରେ ‘ନୂଆଖାଇ ଜୁହାର’ ବୋଲି ଲେଖିଛନ୍ତି । ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟ ପୂଜା କରାଯାଏ । ଏହି ପର୍ବରେ ଆମେ ଚାଷୀ ଭାଇର ପରିଶ୍ରମକୁ ସମ୍ମାନ ଜଣାଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନାଇଥାଉ। ଏହି ପର୍ବ ପ୍ରକୃତି ସହ ମଣିଷର ଅତୁଟ ସମ୍ପର୍କକୁ ପ୍ରତିପାଦନ କରିଥାଏ ବୋଲି ସେ ଉଲ୍ଲେଖ କରି ନୂଆଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତ ଭରିଦେଉ ବୋଲି ଲେଖିଛନ୍ତି ।
ନୂଆଁଖାଇ ଜୁହାର !
ଓଡ଼ିଶାର ପ୍ରାଚୀନ ଗଣପର୍ବ ନୂଆଁଖାଇରେ ନୂଆ ଖାଦ୍ୟଶସ୍ୟର ପୂଜା କରାଯାଏ। ଏହି ପର୍ବରେ ଆମେ ଚାଷୀଭାଇର ପରିଶ୍ରମକୁ ସମ୍ମାନ ଜଣେଇବା ସହ ନୂଆ ଶସ୍ୟ ଅମଳର ଆନନ୍ଦ ମନେଇଥାଉ। ଏହି ପର୍ବ ମନୁଷ୍ୟ ସହିତ ପ୍ରକୃତିର ଅତୁଟ ସମ୍ପର୍କକୁ ପ୍ରତିପାଦିତ କରିଥାଏ।
ନୂଆଁଖାଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। pic.twitter.com/QnGFjwe4LO
— Vice President of India (@VPSecretariat) August 23, 2020



