www.samajalive.in
Saturday, December 6, 2025
16.1 C
Bhubaneswar

ଜୁନ ୩୦ ପର୍ଯ୍ୟନ୍ତ ବୁକ୍‌ ହୋଇଥିବା ଟ୍ରେନ ଟିକେଟ ରଦ୍ଦ କଲା ରେଲୱେ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଙ୍କଟ ଜାରି ରହିଥିବାବେଳେ ରେଲୱେ ପକ୍ଷରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛି। ଏହାମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟ୍ରେନ ଟକେଟକୁ ରଦ୍ଦ କରିଦେଇଛି। ଏହି ଟିକେଟ ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି।

ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ପ୍ରାୟ ୨ମାସ ଧରି ଟ୍ରେନ ସେବା ବନ୍ଦ ରହିଛି। ଯେଉଁମାନେ ପୂର୍ବରୁ ଟିକେଟ୍‌ ବୁକ୍‌ କରିଥିଲେ ସେମାନଙ୍କ ଟିକେଟକୁ ରଦ୍ଦ କରାଯାଇଛି। ଜୁନ ୩୦ ପର୍ଯ୍ୟନ୍ତ ଟିକେଟ ରଦ୍ଦ କରାଯାଇ ଏ ବାବଦ ଅର୍ଥ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖରୁ ଭାରତୀୟ ରେଲୱେ ପକ୍ଷରୁ ଦିଲ୍ଲୀରୁ ୧୫ଟି ଷ୍ଟେଶନକୁ ୧୫ ଯୋଡ଼ା ଅର୍ଥାତ ୩୦ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏସବୁ ଟ୍ରେନ ରାଜଧାନୀ ଦିଲ୍ଲୀରୁ ୧୫ ସହରକୁ ଯୋଡ଼ିବାରେ ସଫଳ ହୋଇଛି। ୩ଦିନ ଭିତରେ ଏହି ଟ୍ରେନରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories